ଦେଶ ବିଦେଶ

ଗୁଗଲ କୋ-ଫାଉଣ୍ଡରଙ୍କ ପତ୍ନୀଙ୍କ ସହ ଆଫେୟାର୍ସକୁ ଗୁଜବ କହିଲେ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ

ଦୁନିଆର ସବୁଠୁ ଧନୀ ତଥା ଟେସ୍‌ଲାର ମାଲିକ ଏଲନ୍‌ ମସ୍କ ପ୍ରାୟତଃ ବିବାଦ ଘେରରେ ରହିଥାନ୍ତି। ଏବେ ପୁଣିଥରେ ଏଲନ୍‌ ମସ୍କ ବିବାଦକୁ ଆସିଛନ୍ତି। ଏଥରକ ଆଫେୟାର୍ସକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏଲନ୍‌ ମସ୍କ। ନିକଟରେ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଗୁଗଲର କୋ-ଫାଉଣ୍ଡର ସର୍ଗେଇ ବ୍ରିନ୍‌ଙ୍କ ପତ୍ନୀ ନିକୋଲ ଶନହାନ୍‌ ଓ ଏଲନ୍‌ ମସ୍କଙ୍କ ମଧ୍ୟରେ ଆଫେୟାର୍ସ ଚାଲିଛି। କିନ୍ତୁ ଏହାକୁ ଏଲନ୍‌ ମସ୍କ ଖଣ୍ଡନ କରିଛନ୍ତି। ଅନ୍ୟପଟେ ଗୁଗଲ କୋ ଫାଉଣ୍ଡର ଏ ନେଇ କିଛି ସ୍ପଷ୍ଟ ଭାବେ କହିନାହାନ୍ତି।

ରିପୋର୍ଟ ମୁତାବକ, ଗୁଗଲର ସହ-ପ୍ରତିଷ୍ଠାତା ସର୍ଗେଇ ବ୍ରିନ୍‌ ନିକଟରେ ଏଲନ୍‌ ମସ୍କଙ୍କ କମ୍ପାନୀରେ ନିଜ ଇନ୍‌ଭେଷ୍ଟମେଣ୍ଟକୁ ବିକ୍ରି କରିବା ପାଇଁ ପରାମର୍ଶଦାତାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପଟେ ଏହି ଆଫେୟାର୍ସର ଖବରକୁ ନେଇ ଏଲନ୍‌ ମସ୍କ ଟ୍ଵିଟ୍‌ କରି କହିଛନ୍ତି- ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ମୁଁ ଓ ସର୍ଗୋଇ ବ୍ରିନ୍‌ ଉଭୟେ ସାଙ୍ଗ ଓ ଆମେ କାଲି ରାତିରେ ପାର୍ଟି କରୁଥିଲୁ। ଗତ ୩ ବର୍ଷ ଭିତରେ ମୁଁ ନିକୋଲ ଶନହାନ୍‌ଙ୍କ ସହ ମାତ୍ର ୨ ଥର ଦେଖା ହୋଇଛି। ଆମ ଆଖ ପାଖରେ ଅନ୍ୟ ଲୋକମାନେ ବି ଥିଲେ। କାଲି କିଛି ବି ରୋମାଣ୍ଟିକ୍‌ ନ ଥିଲା।

ଏଲନ୍‌ ମସ୍କଙ୍କର ଏହି ଟ୍ଵିଟ୍‌ ପରେ ତାଙ୍କ ଆଫେୟାର୍ସ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଏବେ ସାମୟିକ ଭାବେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Also Read: ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ କଏଦୀଙ୍କୁ ପାରୋଲରେ ଛାଡ଼ିଥିଲେ କୋର୍ଟ, ଏବେ ରାଜ୍ୟ ସରକାର କଲେ ଚ୍ୟାଲେଞ୍ଜ

WCW 11

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

5 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

13 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

30 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago