ସେକ୍ସ ଲାଇଫ୍‌କୁ ନେଇ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କଙ୍କ ବଡ଼ ଖୁଲାସା, ଆଫେୟାର ଚର୍ଚ୍ଚା ମଧ୍ୟରେ କହିଲେ ଏମିତି କଥା

ପ୍ରାୟତଃ ବିବାଦ ଘେରରେ ରହୁଥିବା ଦୁନିଆର ସବୁଠୁ ଧନୀ ବ୍ୟକ୍ତି ତଥା ଟେସ୍‌ଲାର ମାଲିକ ଏଲନ୍‌ ମସ୍କ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥରକ ଆଫେୟାର୍ସକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏଲନ୍‌ ମସ୍କ। ନିକଟରେ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଗୁଗଲର କୋ-ଫାଉଣ୍ଡର ସର୍ଗେଇ ବ୍ରିନ୍‌ଙ୍କ ପତ୍ନୀ ନିକୋଲ ଶନହାନ୍‌ ଓ ଏଲନ୍‌ ମସ୍କଙ୍କ ମଧ୍ୟରେ ଆଫେୟାର୍ସ ଚାଲିଛି। କିନ୍ତୁ ଏହାକୁ ଏଲନ୍‌ ମସ୍କ ଖଣ୍ଡନ କରିଛନ୍ତି। ଏଥିସହ ନିଜ ସେକ୍ସ ଲାଇଫ୍‌ ବିଷୟରେ ବି ଖୁଲାସା କରିଛନ୍ତି ଏଲନ୍‌।

ଏହି ଆଫେୟାର୍ସର ଖବରକୁ ନେଇ ଏଲନ୍‌ ମସ୍କ ଟ୍ଵିଟ୍‌ କରି କହିଥିଲେ – ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ମୁଁ ଓ ସର୍ଗୋଇ ବ୍ରିନ୍‌ ଉଭୟେ ସାଙ୍ଗ ଓ ଆମେ ରାତିରେ ପାର୍ଟି କରୁଥିଲୁ। ଗତ ୩ ବର୍ଷ ଭିତରେ ମୁଁ ନିକୋଲ ଶନହାନ୍‌ଙ୍କ ସହ ମାତ୍ର ୨ ଥର ଦେଖା ହୋଇଛି। ଆମ ଆଖ ପାଖରେ ଅନ୍ୟ ଲୋକମାନେ ବି ଥିଲେ। କାଲି କିଛି ବି ରୋମାଣ୍ଟିକ୍‌ ନ ଥିଲା।

ଏଲନ୍‌ ମସ୍କଙ୍କର ଏହି ଟ୍ଵିଟ୍‌ ପରେ ତାଙ୍କ ଆଫେୟାର୍ସ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଏବେ ଅନ୍ୟ ୟୁଜରମାନେ ମଧ୍ୟ ମତ ବ୍ୟକ୍ତ କରୁଛନ୍ତି। ଏଲନ୍‌ଙ୍କ ଏହି ଟ୍ଵିଟ୍‌ର ଜବାବରେ ଜଣେ ୟୁଜର କହିଥିଲେ- ଭଲ କଥା। ଏହା ପରେ ଏଲନ୍‌ ପୁଣିଥରେ ଆଉ ଏକ ଟ୍ଵିଟ୍‌ କରି ନିଜ ସେକ୍ସ ଲାଇଫ୍‌ ବିଷୟରେ ଖୁଲମ୍‌ଖୁଲା କଥା ହୋଇଥିଲେ। ଏଲନ୍‌ ମସ୍କ ଟ୍ଵିଟ୍‌ କରି ଲେଖିଥିଲେ- ମୁଁ ଅନେକ ଦିନ ହେବ ସେକ୍ସ କରି ନାହିଁ।

ରିପୋର୍ଟ ମୁତାବକ, ଗୁଗଲର ସହ-ପ୍ରତିଷ୍ଠାତା ସର୍ଗେଇ ବ୍ରିନ୍‌ ଓ ଏଲନ୍‌ ମସ୍କ ଦୀର୍ଘ ଦିନ ହେଲାଣି ବନ୍ଧୁ ଥିଲେ। କିନ୍ତୁ ନିକୋଲ ଶନହାନ୍‌ଙ୍କ ସହ ଆଫେୟାର ଖବର ପରେ ଏହି ବନ୍ଧୁତା ଭାଙ୍ଗିଯାଇଛି। ବ୍ରିନ୍‌ ୨୦୦୮ ମସିହାରେ ମସ୍କଙ୍କ କମ୍ପାନୀଙ୍କୁ ବୁଡ଼ିବାରୁ ବଞ୍ଚାଇଥିଲେ। ସେତେବେଳେ ସେ ମସ୍କଙ୍କୁ ଆର୍ଥିକ ସହାୟତା ଯୋଗାଇଥିଲେ। କିନ୍ତୁ ସ୍ତ୍ରୀଙ୍କ ସହ ଆଫେୟାର୍ସ ପରେ ସର୍ଗେଇ ଏଲନ୍‌ ମସ୍କଙ୍କ କମ୍ପାନୀରେ ନିଜ ଇନ୍‌ଭେଷ୍ଟମେଣ୍ଟକୁ ବିକ୍ରି କରିବା ପାଇଁ ପରାମର୍ଶଦାତାଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

Also Read: କାନାଡ଼ାରେ ୫ଟି ସ୍ଥାନରେ ଗୁଳି ମାଡ଼ କରି ୨ ଜୀବନ ନେଲା ଦୁର୍ବୃତ୍ତ, ଟାର୍ଗେଟରେ ଥିଲେ ଘର ନଥିବା ଲୋକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.