ଏଲନ୍‌ ମସ୍କଙ୍କ ଟ୍ଵିଟ୍‌-‘ଯଦି ମୁଁ ସନ୍ଦେହଜନକ ସ୍ଥିତିରେ ମରିଯାଏ’, ସୋସିଆଲ ମିଡିଆରେ ହଇଚଇ

ଟ୍ଵିଟର କିଣିବା ପର ଠାରୁ ଚର୍ଚ୍ଚାରେ ଅଛନ୍ତି ଏଲନ୍‌ ମସ୍କ। ଏବେ ତାଙ୍କର ଏକ ନୂଆ ଟ୍ଵିଟ୍‌ ହଇଚଇ ସୃଷ୍ଟି କରିଛି। ଏହି ଟ୍ଵିଟ୍‌ରେ ଏଲନ୍‌ ମସ୍କ ସନ୍ଦିଗ୍ଧ ସ୍ଥିତିରେ ମୃତ୍ୟୁ କଥା କହିଛନ୍ତି। ଏଲନ୍‌ ମସ୍କଙ୍କର ଏହି ଟ୍ଵିଟ୍‌ ଉପରେ ଲୋକମାନେ ଲଗାତାର ପ୍ରତିକ୍ରିୟା ଦେଉଥିବା ଦେଖାଯାଇଛି।

ଏଲନ୍‌ ମସ୍କ ଟ୍ଵିଟ୍‌ କରି ଲେଖିଛନ୍ତି- ଯଦି କେବେ ସନ୍ଦେହ ଜନକ ଭାବେ ମୋ ମୃତ୍ୟୁ ହୋଇଯାଏ, ତେବେ ଏହା nice knowin ya ହେବ। ଏଲନ୍‌ଙ୍କର ଏହି ଟ୍ଵିଟ୍‌ର ଅର୍ଥ ସିଧାସଳଖ ବୁଝାପଡ଼ୁ ନାହିଁ। କିନ୍ତୁ କୁହାଯାଉଛି ଯେ ଏଠାରେ ମସ୍କ nice knowin ya ଗୀତ ବିଷୟରେ କହୁଛନ୍ତି। ଏଲନ୍‌ ମସ୍କ ଯେଉଁ ଗୀତ ବିଷୟରେ କହୁଛନ୍ତି ତାହା TWENTY2 ନାମକ ବ୍ରାଣ୍ଡ୍‌ର। ୨୦୧୮ ମସିହାରେ ଏହି ଗୀତ ରିଲିଜ୍‌ ହୋଇଥିଲା। ମସ୍କଙ୍କର ଏହି ଟ୍ଵିଟ୍‌ ସର୍ବସମ୍ମୁଖକୁ ଆସିବା ପରେ ଖୁବ୍‌ ଭାଇରାଲ ହୋଇଛି। ମାତ୍ର କେଇ ଘଣ୍ଟା ଭିତରେ ଏହି ଟ୍ଵିଟ୍‌କୁ ୪୦ ହଜାରରୁ ଅଧିକ ଥର ଲୋକମାନେ ରିଟ୍ଵିଟ୍‌ କରି ସାରିଲେଣି।

ଏଲନ୍‌ ମସ୍କଙ୍କ ଟ୍ଵିଟ୍‌ରେ ଆସୁଛି ମଜାଦାର ରିଆକ୍ସନ୍‌:

ଏଲନ୍‌ଙ୍କର ଏହି ଟ୍ଵିଟ୍‌କୁ ଲୋକମାନେ ମଜାଳିଆ ଅନ୍ଦାଜରେ ନେଇଛନ୍ତି। ଏହାର ଜବାବରେ ଲୋକମାନେ କହିଛନ୍ତି- ଦୁନିଆକୁ ଆପଣଙ୍କ ଆବଶ୍ୟକତା ଅଛି ମସ୍କ। ଏଣୁ ଆପଣ ଏତେ ଶୀଘ୍ର ଯାଇପାରିବେ ନାହିଁ।


ସେହିପରି ଆଉ ଜଣେ ଲେଖିଛନ୍ତି- ଆମକୁ ମସ୍କଙ୍କୁ ଯେକୌଣସି ମତେ ବଞ୍ଚାଇବାକୁ ହେବ।

ଅନ୍ୟ ପଟେ ଏଲନ୍‌ ମସ୍କଙ୍କର ଏହି ଟ୍ଵିଟ୍‌କୁ କିଛି ଲୋକ ଅତି ଗୁରୁତର ଭାବେ ନେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି- ମଜାରେ ବି ଏମିତି କୁହନ୍ତୁନି। ଆପଣଙ୍କୁ ଅନେକ ସମସ୍ୟାକୁ ସମାଧାନ କରିବାର ଅଛି।

କିଛି ୟୁଜର ଏଲନ୍‌ଙ୍କୁ ବଞ୍ଚାଇ ଦେବେ ବୋଲି ବି ଲେଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି- ଯଦି ଏଲନ୍‌ ମସ୍କଙ୍କୁ କିଛି ହୁଏ,ତେବେ କଣ ସେ ଟ୍ଵିଟରକୁ ନେଇପାରିବେ କି?

Also Read: ୧୦୦ ଦିନ ହସ୍ପିଟାଲରେ ରହିବା ପରେ ଘରକୁ ଆସିଲା ପ୍ରିୟଙ୍କା ଚୋପ୍ରାଙ୍କ ଝିଅ ‘ମାଳତୀ’, ଉଭୟ ବାପା-ମା’ ସେୟାର କଲେ ପ୍ରଥମ ଫଟୋ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.