ଭାରତୀୟ ସରକାରଙ୍କ ଉପରେ ମକଦ୍ଦମା କଲା ଏଲନ ମସ୍କଙ୍କ କମ୍ପାନୀ ଏକ୍ସ

ଟେକ୍ କୋଟିପତି ଏଲୋନ ମସ୍କଙ୍କ ମାଲିକାନାରେ ରହିଥିବା ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଏକ୍ସ ଭାରତ ସରକାରଙ୍କ ବିରୁଦ୍ଧରେ କର୍ଣାଟକ ହାଇକୋର୍ଟରେ ଏକ ଆଇନଗତ ପିଟିସନ ଦାଖଲ କରିଛି । କମ୍ପାନୀ ଦାବି କରିଛି ଯେ ସରକାର ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ ୭୯ (୩ )(ବି ) ଅପବ୍ୟବହାର  କରିଛନ୍ତି  । ଯାହା ଫଳରେ ପ୍ଲାଟ ଫର୍ମରେ ବିଷୟବସ୍ତୁକୁ ଅବରୋଧ କରୁଛି ।

କମ୍ପାନୀ କହିଛି ଯେ ଏହି ନିୟମ ଏକ ବେଆଇନ ଏବଂ ଅନିୟମିତ ସେନ୍ସରସିପ୍ ସିଷ୍ଟମ ସୃଷ୍ଟି  କରୁଛି ଯାହା ଅଧୀନରେ ବିଷୟବସ୍ତୁକୁ ଅବରୋଧ  କରାଯାଉଛି ।  ଯାହା ଫଳରେ ପ୍ଲାଟଫର୍ମର କାର୍ଯ୍ୟ ପ୍ରଭାବିତ ହେଉଛି । ଏହି ବିଭାଗରେ କୁହାଯାଇଛି କେଉଁ ପରିସ୍ଥିତିରେ ସରକାରଙ୍କର ଇଣ୍ଟରନେଟ୍ ବିଷୟବସ୍ତୁକୁ ଅବରୋଧ କରିବାର ଅଧିକାର ରହିଛି ।  ଏକ ରିପୋର୍ଟ ଅନୁଯାୟୀ  କମ୍ପାନୀ କହିଛନ୍ତି  ବିଷୟବସ୍ତୁକୁ ହଟାଇବା ପାଇଁ ଲିଖିତ ଭାବରେ କାରଣ ଦେବା ଆବଶ୍ୟକ ଏବଂ ନିଷ୍ପତ୍ତି ନେବା ପୂର୍ବରୁ ଏକ ଉପଯୁକ୍ତ ଶୁଣାଣି ବ୍ୟବସ୍ଥା କରାଯିବା ଉଚିତ ।

ଏହାକୁ ଆଇନଗତ ଭାବରେ ଚ୍ୟାଲେଞ୍ଜ କରିବାର ଅଧିକାର ମଧ୍ୟ ରହିବା ଉଚିତ ।  ସୋସିଆଲ ମିଡିଆ ପ୍ଲାଟଫର୍ମ X କହିଛି ଯେ ଭାରତ ସରକାର ଏହି ନିୟମଗୁଡ଼ିକ ମଧ୍ୟରୁ କୌଣସିଟି ବ୍ୟବହାର କରିନାହାଁନ୍ତି ।  ତେବେ ଆବେଦନରେ କୁହାଯାଇଛି ଯେ ସରକାର ଧାରା ୭୯ (୩ )(ବି ) ର ଭୁଲ ବ୍ୟାଖ୍ୟା କରୁଛନ୍ତି ଏବଂ ଧାରା ୬୯ଏ ର ବ୍ୟବସ୍ଥା ପାଳନ କରୁନଥିବା ନିର୍ଦ୍ଦେଶ ପ୍ରଦାନ କରୁଛନ୍ତି ।  ସରକାର କେଉଁ ପରିସ୍ଥିତିରେ ଏହି ବିଭାଗରେ ଇଣ୍ଟରନେଟ୍ ବିଷୟବସ୍ତୁକୁ  ବ୍ଲକ କରିପାରିବେ ତାହା ବ୍ୟାଖ୍ୟା କରାଯାଇଛି ।

କମ୍ପାନୀ ୨୦୧୫ ମସିହାରେ ଶ୍ରେୟା ସିଂହଲ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ବାଖା କରିଛନ୍ତି  ।  ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ X Corp କୁ ଏହାର AI ଚାଟବଟ୍ ଗ୍ରୋକ୍ ବିଷୟରେ ପ୍ରଶ୍ନ ପଚାରିଛି । ଗ୍ରୋକ୍ ଅନେକ ପ୍ରଶ୍ନର ଉତ୍ତରରେ ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି ଯାହା ପାଇଁ ଭାରତ ସରକାର କମ୍ପାନୀଠାରୁ ସ୍ପଷ୍ଟ ଉତ୍ତର ମାଗିଛନ୍ତି ।

Also read: ଆମେରିକାରୁ ଭାରତରେ ପହଞ୍ଚିହେବ ମାତ୍ର ୩୦ମିନିଟରେ, ସ୍ବପ୍ନ ନୁହେଁ, ଏଲନ ମସ୍କଙ୍କ ପରିକଳ୍ପନା