ଦେଶ ବିଦେଶ

ନୋଏଡାରେ ଚାଲିଥିଲା ରେଭ୍‌ ପାର୍ଟି, ସପ୍ଲାଏ ହେଉଥିଲା ସାପ ବିଷ; ଏଲ୍‌ଭିଶ ଯାଦବଙ୍କ ସମେତ ଅନେକଙ୍କ ନାମରେ FIR

ଅଡୁଆରେ ଫସିଛନ୍ତି ବିଗ୍ ବସ୍ OTT ବିଜେତା ଏଲ୍‌ଭିଶ ଯାଦବ। ଏଲ୍‌ଭିଶ ଏବଂ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ନୋଏଡାରେ ରେଭ୍‌ ପାର୍ଟିର ଆୟୋଜନ କରାଇବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାର ୫ ଜଣଙ୍କୁ ପୋଲିସ ଗିରଫ ମଧ୍ୟ କରିଛି। ଅଭିଯୁକ୍ତମାନଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି, ଯେଉଁଥିରେ ଏଲଭିଶଙ୍କ ନାମ ରହିଛି। ଆଶ୍ଚର୍ଯ୍ୟଜନକ କଥା ହେଲା, ସମସ୍ତେ ସାପ ବିଷ ଚୋରା ଚାଲାଣ କରୁଥିବା ନେଇ ଅଭିଯୋଗ ହୋଇଛି।

ସୂଚନାନୁସାରେ, ନୋଏଡାର ସେକ୍ଟର-୪୯ରେ ରେଭ ପାର୍ଟି ଚାଲିଥିଲା। ଖବର ପାଇ ପୋଲିସ ପହଞ୍ଚି ୫ ଜଣଙ୍କୁ ଗିରଫ କରିଥିଲା। ଯଦିଓ ଘଟଣା ସମୟରେ ଏଲଭିଶ ସେଠାରେ ଉପସ୍ଥିତ ନ ଥିଲେ। ପରେ ଏହି ଘଟଣାକୁ ନେଇ ମାମଲା ରୁଜୁ ହୋଇଥିଲା, ଯେଉଁଥିରେ ତାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ପୋଲିସ ଘଟଣାସ୍ଥଳରୁ ଅନେକ ସାପକୁ ଉଦ୍ଧାର କରିଛି।

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନଙ୍କ ନିକଟରୁ ୨୦ ମିଲିଲିଟର ବିଷ ଏବଂ ୯ଟି ଜୀବନ୍ତ ସାପ ଜବତ କରାଯାଇଛି। ଏଥିରେ ୫ଟି କୋବ୍ରା, ଗୋଟିଏ ଅଜଗର, ଦୁଇଟି ଦୁଇ ମୁଣ୍ଡିଆ ସାପ ଏବଂ ଗୋଟିଏ ର‍୍ୟାଟ୍‌ ସ୍ନେକ୍‌ ଅନ୍ତର୍ଭୁକ୍ତ ଅଛି। ଅଭିଯୁକ୍ତମାନେ ଏହି ସାପମାନଙ୍କୁ ନିଶା ପାଇଁ ବ୍ୟବହାର କରୁଥିଲେ।

ବର୍ତ୍ତମାନ ଏହି ମାମଲାରେ ଏଲ୍‌ଭିଶଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏଲ୍‌ଭିଶ ଭିଡିଓ ସେୟାର କରି ନିଜର ମତ ପ୍ରକାଶ କରିଛନ୍ତି। ଭିଡିଓରେ ସେ କହିଛନ୍ତି, ‘ମୁଁ ସକାଳେ ଦେଖିଲି ମୋ ବିରୋଧରେ କି କି ପ୍ରକାର ଖବର ପ୍ରଚାରିତ ହେଉଛି। ଗଣମାଧ୍ୟମର ସବୁ ସ୍ଥାନରେ ଦେଖାଯାଉଛି ଯେ ଏଲ୍‌ଭିଶ ଯାଦବଙ୍କୁ ଗିରଫ କରାଯାଇଛି। ଏଲ୍‌ଭିଶ ଯାଦବଙ୍କୁ ନିଶାଦ୍ରବ୍ୟ ସହିତ ଧରାଯାଇଛି। ଏ ସବୁ ଜିନିଷ, ଯାହା ମୋ ବିରୋଧରେ ପ୍ରଚାରିତ ହେଉଛି, ସମସ୍ତ ଅଭିଯୋଗ ଭିତ୍ତିହୀନ’।

ଏଲ୍‌ଭିଶ ଆହୁରି କହିଛନ୍ତି ଯେ ‘ଯେତେ ବି ଅଭିଯୋଗ ମୋ ବିରୋଧରେ ଆସିଛି, ସମସ୍ତ ଅଭିଯୋଗ ମିଥ୍ୟା। ଏଥିରେ ୧ ପ୍ରତିଶତ ବି ସତ୍ୟତା ନାହିଁ। ୟୁପି ପୋଲିସ୍ ସହିତ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ’।

କହି ରଖୁଛୁ, ଦେଶରେ ବେଆଇନ ଭାବେ ସାପ ରଖିବା ଏକ ଅପରାଧ। ଏଭଳି ପରିସ୍ଥିତିରେ ଏଲ୍‌ଭିଶଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ବିଭିନ୍ନ ଧାରା ଏବଂ ଆଇପିସି ଧାରା ୧୨୦-ବି ଅଧୀନରେ ମାମଲା ରୁଜୁ କରାଯାଇଛି।

ସୂଚନା ମୁତାବକ, ବିଜେପି ସାଂସଦ ମନେକା ଗାନ୍ଧିଙ୍କ ସଙ୍ଗଠନ ‘ପିଏଫ୍‌ଏ’ ଏହି ଘଟଣାର ଖୁଲାସା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ସଂସ୍ଥା ହିଁ ନୋଏଡା ପୋଲିସକୁ ସୂଚନା ଦେଇଥିଲା କି, ଏଠାରେ ଥିବା ଫାର୍ମ ହାଉସରେ ସାପ ବିଷ ସହିତ ରେଭ ପାର୍ଟି ଆୟୋଜନ କରାଯାଉଛି।

Roshni

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

13 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

21 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

38 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago