‘କାହାକୁ ଛାଡ଼ିବି ନାହିଁ’…ମେନକା ଗାନ୍ଧିଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ ଏଲ୍ଭିଶ ଯାଦବ
ବିଗ୍ ବସ୍ OTT-୨ ବିଜେତା ତଥା ଜଣାଶୁଣା ୟୁଟ୍ୟୁବର୍ ଏଲଭିଶ ଯାଦବ ବିଜେପି ସାଂସଦ ମେନକା ଗାନ୍ଧିଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବେ। ସାପ ଚୋରା ଚାଲାଣ ଏବଂ ରେଭ ପାର୍ଟି ଆୟୋଜନ ଅଭିଯୋଗରେ ମାମଲା ପଞ୍ଜୀକୃତ ହେବା ପରେ ଏଲଭିଶ ଯାଦବ ଏହା କହିଛନ୍ତି।

ବିଗ୍ ବସ୍ OTT-୨ ବିଜେତା ତଥା ଜଣାଶୁଣା ୟୁଟ୍ୟୁବର୍ ଏଲଭିଶ ଯାଦବ ବିଜେପି ସାଂସଦ ମେନକା ଗାନ୍ଧିଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବେ। ସାପ ଚୋରା ଚାଲାଣ ଏବଂ ରେଭ ପାର୍ଟି ଆୟୋଜନ ଅଭିଯୋଗରେ ମାମଲା ପଞ୍ଜୀକୃତ ହେବା ପରେ ଏଲଭିଶ ଯାଦବ ଏହା କହିଛନ୍ତି। ମେନକା ଗାନ୍ଧି ଏକ ବୟାନରେ କହିଥିଲେ କି, ଏଲଭିଶ ଯାଦବଙ୍କୁ ଗିରଫ କରାଯିବା ଉଚିତ, କାରଣ, ସେ ସାପ ଚୋରା ଚାଲାଣର ମୁଖିଆ।
ଏଲଭିଶ ରବିବାର ଟ୍ୱିଟ୍ କରି କହିଛନ୍ତି ଯେ ସେ କାହାକୁ ଛାଡିବେ ନାହିଁ। ପ୍ରଭୁ ରାମଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। କହି ରଖୁଛୁ, ମେନକା ଗାନ୍ଧିଙ୍କ ସଙ୍ଗଠନ ‘ପିପୁଲ୍ ଫର୍ ଆନିମଲ୍ (ପିଏଫ୍ଏ)’ ସାପ ଚୋରା ଚାଲାଣ ଏବଂ ରେଭ ପାର୍ଟି ଆୟୋଜନ କରିବା ଅଭିଯୋଗ ନେଇ ଏଲଭିଶ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରାଇଥିଲା। ଏହାପରେ ନୋଏଡା ପୋଲିସ ଏକ ରେଭ ପାର୍ଟିରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେମାନେ ଏଲଭିଶ ଯାଦବଙ୍କ ନାମ ନେଇଥିଲେ। ନଭେମ୍ବର ୩ରେ ପୋଲିସ ଏଲଭିଶଙ୍କ ବିରୋଧରେ ମାମଲା ପଞ୍ଜୀକୃତ କରିଥିଲା।
ତେବେ ଏଲଭିଶ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ପୋଲିସକୁ ସମର୍ଥନ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯଦି ୧ ପ୍ରତିଶତ ବି ତାଙ୍କ ନାମ ଏହି ଜିନିଷରେ ଆସିଲା, ତା’ ହେଲେ ସେ ନିଜକୁ ସମ୍ପୂର୍ଣ୍ଣ ଦାୟୀ କରିବାକୁ ପ୍ରସ୍ତୁତ ଅଛନ୍ତି।
नाम के साथ बदनामी भी आती हैं जलने वाले भी बढ़ते है और मैं हैरान नहीं होऊँगा की आने वाले टाइम में मुझपे और भी इल्ज़ाम लगेंगे। मुझे भगवान पे पूरा भरोसा है श्री राम जी पे भरोसा है। ये टाइम भी जल्दी बीतेगा 🙏🏻
— Elvish Yadav (@ElvishYadav) November 5, 2023