ହେବ କି ବଡ଼ ଆକ୍ରମଣ ? ତୁରନ୍ତ ୟୁକ୍ରେନ୍‌ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ ଦେଲା ଦୂତାବାସ

କେନ୍ୟୁଜ୍(ବ୍ୟୁରୋ): ତୁରନ୍ତ ୟୁକ୍ରେନ୍‌ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ । ୟୁକ୍ରେନ୍‌ରେ ଥିବା ସମସ୍ତ ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ୍‌ ଛାଡ଼ି ପଳାଇ ଆସିବାକୁ ପରାମର୍ଶ। କିଭ୍‌ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜାରି ହେଲା ଆଇଭାଇଜରୀ । ୟୁକ୍ରେନ୍‌ରେ ଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ପଳାଇ ଆସିବାକୁ କୁହାଯାଇଛି । ଯେ କୌଣସି ଉପାୟରେ ଯେତେ ଶୀଘ୍ର ସମ୍ଭବ ଛାଡ଼ି ପଳାଇ ଆସିବାକୁ କୁହାଯାଇଛି।

ସେହିପରି ୟୁକ୍ରେନ୍‌କୁ କାହାକୁ ନଯିବା ପାଇଁ ଆଡଭାଇଜରୀ ଜାରି ହୋଇଛି । ଯୁଦ୍ଧର ବିଭୀଷିକା ବଢ଼ିବା ପରେ ଆଡଭାଇଜରୀ ଜାରି କରିଛି ଭାରତୀୟ ଦୂତାବାସ । ଗତ କିଛି ଦିନ ହେବ ୟୁକ୍ରେନ୍‌ରେ ରୁଷ୍‌ ଆକ୍ରମଣ ବ୍ୟାପକ ହୋଇଛି ।

Leave A Reply

Your email address will not be published.