ନୀତୀଶ କୁମାରଙ୍କ ହେଲିକାପ୍ଟରର ଜରୁରୀ ଅବତରଣ; ମରୁଡ଼ି ସ୍ଥିତି ସମୀକ୍ଷା କରିବାକୁ ଯାଉଥିଲେ ସିଏମ୍‌

ଖରାପ ପାଗ ଯୋଗୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହେଲିକାପ୍ଟରକୁ ଗୟାରେ ଜରୁରୀକାଳୀନ ଅବତରଣ କରାଇବାକୁ ପଡ଼ିଛି। ସିଏମ୍ ନୀତୀଶ କୁମାର ରାଜ୍ୟରେ ମରୁଡ଼ି ସ୍ଥିତିର ସମୀକ୍ଷା କରିବାକୁ ବାହାରିଥିଲେ। ହେଲେ ଏହି ସମୟରେ ପାଗ ବିଗିଡ଼ି ଯିବାରୁ ଗୟାରେ ତାଙ୍କ ହେଲିକାପ୍ଟର ଜରୁରୀ ଅବତରଣ କରିଥିଲା। ଏହାପରେ ଗୟାରୁ ସିଏମ୍ ସଡ଼କ ମାର୍ଗ ଦେଇ ପାଟନା ଯାଇଥିଲେ।

ବିହାରର ପାଣିପାଗ ବିଭାଗ ଅନୁସାରେ, ଅଗଷ୍ଟ ମାସରେ ଆଶାଠାରୁ ୬୪ ପ୍ରତିଶତ କମ୍ ବର୍ଷା ହୋଇଛି। ଏହି କାରଣରୁ ବିହାରର ଅଧିକାଂଶ ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଯଦିଓ ଶ୍ରାବଣ ମାସରେ ବହୁତ କମ୍ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। କିନ୍ତୁ ଏହି ମାସରେ ବି ଯେତିକି ବର୍ଷା ହେବା କଥା, ସେତିକି ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.