ପରୀକ୍ଷଣ ସମୟରେ ALH ଧ୍ରୁବ ହେଲିକାପ୍ଟର କଲା ଜରୁରୀ ଅବତରଣ, ଟଳିଗଲା ବଡ଼ ଦୁର୍ଘଟଣା

ଭାରତୀୟ ତଟରକ୍ଷୀ ବାହିନୀର ALH ଧ୍ରୁବ ହେଲିକାପ୍ଟର ରବିବାର କେରଳର କୋଚିରେ ଜରୁରୀକାଳୀନ ଅବତରଣ କରିଛି। ALH ଧ୍ରୁବ ମାର୍କ ଥ୍ରୀ ଟେଷ୍ଟିଂ ଉଡ଼ାଣ ସମୟରେ ୨୫ ଫୁଟ ଉଚ୍ଚରେ ଥିଲା।

ଭାରତୀୟ ତଟରକ୍ଷୀ ବାହିନୀର ALH ଧ୍ରୁବ ହେଲିକାପ୍ଟର ରବିବାର କେରଳର କୋଚିରେ ଜରୁରୀକାଳୀନ ଅବତରଣ କରିଛି। ରିପୋର୍ଟ ମୁତାବକ, ALH ଧ୍ରୁବ ମାର୍କ ଥ୍ରୀ ଏକ ଟେଷ୍ଟିଂ ଉଡ଼ାଣ ସମୟରେ ୨୫ ଫୁଟ ଉଚ୍ଚରେ ଥିଲା। ଏହି ସମୟରେ ହେଲିକାପ୍ଟରକୁ ହଠାତ୍ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା।

ଭାରତୀୟ ତଟରକ୍ଷୀ ବାହିନୀର ଅଧିକାରୀ କହିଛନ୍ତି ଯେ ଘଟଣା ସମୟରେ ଧ୍ରୁବ ହେଲିକାପ୍ଟର ଟେଷ୍ଟିଂ ପାଇଁ ଉଡ଼ାଣ ଭରିଥିଲା। ଏହି ସମୟରେ ଏହା ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ଅଧିକାରୀମାନେ କହିଛନ୍ତି କି, ହେଲିକାପ୍ଟରକୁ ପାଖାପାଖି ୨୫ ଫୁଟ ଉଚ୍ଚରୁ ହିଁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଏହି ଘଟଣାରେ କୌଣସି ମୃତାହତର ଖବର ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

କୁହାଯାଉଛି ଯେ ALH ଧ୍ରୁବ ହେଲିକାପ୍ଟରଗୁଡ଼ିକର ଉଡ଼ାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ନିରନ୍ତର କାର୍ଯ୍ୟ କରୁଛି। ଏହି ମାସରେ ମୁମ୍ବାଇ ଉପକୂଳରେ ଏକ ଦୁର୍ଘଟଣା ପରେ ପ୍ରତିରକ୍ଷା ବାହିନୀ ସତର୍କତାମୂଳକ ପଦକ୍ଷେପ ଭାବରେ ALH ଧ୍ରୁବ ହେଲିକାପ୍ଟରଗୁଡିକର ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ପ୍ରତିବନ୍ଧକ ପରେ କୁହାଯାଇଥିଲା ଯେ ଯେ ପର୍ଯ୍ୟନ୍ତ ତଦନ୍ତକାରୀମାନଙ୍କୁ ହେଲିକାପ୍ଟର ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ, ସେ ପର୍ଯ୍ୟନ୍ତ ଏହି ରୋକ୍‌ ଜାରି ରହିବ। କହି ରଖୁଛୁ, ଆଡଭାନ୍ସଡ ଲାଇଟ୍ ହେଲିକାପ୍ଟର (ALH) ଧ୍ରୁବ ହେଲିକାପ୍ଟରକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ପ୍ରସ୍ତୁତ କରିଛି। ଏହାକୁ ଭାରତୀୟ ତଟରକ୍ଷୀ ବାହିନୀ ସହ ସ୍ଥଳସେନା, ନୌସେନା ଓ ବାୟୁସେନା ତରଫରୁ ବ୍ୟବହାର କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.