ଆରବ ସାଗରରେ ଜରୁରୀ ଅବତରଣ କଲା ନୌସେନା ହେଲିକାପ୍ଟର; ଅଳ୍ପକେ ରକ୍ଷା ପାଇଲେ ଚାଳକ ଦଳ

ଭାରତୀୟ ନୌସେନାର ହେଲିକାପ୍ଟର ଏକ ଦୁର୍ଘଟଣାର ଶିକାର ହୋଇଛି। ମୁମ୍ବାଇ ଉପକୂଳଠାରୁ ଦୂର ଆରବ ସାଗର ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଚାଳକ ଦଳର ତିନି ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି।

ଭାରତୀୟ ନୌସେନାର ହେଲିକାପ୍ଟର ମୁମ୍ବାଇ ଉପକୂଳଠାରୁ ଦୂର ଆରବ ସାଗର ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଛି। ଚାଳକ ଦଳର ତିନି ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ନୌସେନା ମୁତାବକ, ଭାରତୀୟ ନୌସେନା ଆଡଭାନ୍ସ ଲାଇଟ୍ ହେଲିକାପ୍ଟର (ALH) ମୁମ୍ବାଇରୁ ନିୟମିତ ଉଡ଼ାଣ ଭରିଥିଲା। ଏହି ସମୟରେ ଏହା ଉପକୂଳ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ତୁରନ୍ତ ଅନୁସନ୍ଧାନ ଏବଂ ଉଦ୍ଧାର ଅଭିଯାନ ଯୋଗୁ ନୌସେନାର ପାଟ୍ରୋଲିଂ ଜାହାଜ ଚାଳକ ଦଳର ତିନି ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରି ନେଇଥିଲେ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।