ବରିଷ୍ଠ ଆଇନ୍‌ଜୀବୀ ତଥା ପୂର୍ବ କେନ୍ଦ୍ର ଆଇନ୍‌ମନ୍ତ୍ରୀ ରାମ ଜେଠମଲାନୀଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ଆଇନ୍‌ଜୀବୀ ତଥା ପୂର୍ବ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରାମ ଜେଠମଲାନୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଗତ ଦୁଇ ସପ୍ତାହ ହେଲା ସେ ୨୪ ଘଣ୍ଟିଆ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ଥିଲେ।

୧୯୨୩ ମସିହା ସେପ୍ଟେମ୍ବର ୧୪ ତାରିଖରେ ସିନ୍ଧ ପ୍ରାନ୍ତର ସିକରପୁରରେ ଜନ୍ମିତ ରାମ ବୁଲନ୍ଦଚନ୍ଦ ଜେଠମଲାନୀ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଟ୍ରାଏଲ୍‌ କୋର୍ଟରେ ବହୁ ଐତିହାସିକ ମାମଲା ଲଢ଼ି ଜିତାପଟ ହାସଲ କରିଛନ୍ତି। ମାତ୍ର ୧୮ ବର୍ଷ ବୟସରେ ସେ ଓକିଲାତି ଆରମ୍ଭ କରିଥିଲେ। ୨୦୧୦ ମସିହାରେ ତାଙ୍କୁ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ସେ ମୁମ୍ବାଇରୁ ବିଜେପି ଟିକେଟ୍‌ରେ ୬ଷ୍ଠ ଓ ୭ମ ଲୋକସଭାର ସଂସଦ ଭାବେ ଦୁଇଥର ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ। ପରେ ୨୦୦୪ ମସିହାରେ ସେ ବାଜପେୟୀଙ୍କ ବିପକ୍ଷରେ ଲକ୍ଷ୍ମୌରୁ ନିର୍ବାଚନୀ ମଇଦାନ୍‌କୁ ଓହ୍ଲାଇଥିଲେ।