କର୍ମଚାରୀଙ୍କୁ ନିର୍ଯାତନା ଓ ମାଡ ଘଟଣାର ଭିଡିଓ ଭାଇରାଲ: ସିକ୍ୟୁରିଟି ଫୋର୍ସର ସିଇଓ ସଲିମ ଖାଁ ଗିରଫ

ବେଙ୍ଗାଲୁରୁ (କେ ନ୍ୟୁଜ) : ନିଜ ରାଜ୍ୟ ଛାଡି ବାହାର ରାଜ୍ୟରେ କର୍ମ ନିଯୁକ୍ତି ନିମନ୍ତେ ଧାଇଁ ଆସନ୍ତି ପ୍ରଭାସୀ ଶ୍ରମିକମାନେ । ବେଙ୍ଗାଲୁରୁରେ ସେମାନେ ସହଜ ଓ ଶୀଘ୍ର କର୍ମନିଯୁକ୍ତି ପାଇଥାନ୍ତି । ହେଲେ ଏଠାରେ ସେମାନେ ବିଭିନ୍ନ ସମୟରେ ନିର୍ଯାତନାର ଶିକାର ହେଉଛନ୍ତି । ଏଭଳି ଏକ ଘଟଣା ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି ।
ସୂଚନା ଯେ, ବେଙ୍ଗାଲୁରୁ ସିକ୍ୟୁରିଟି ସଂସ୍ଥାର ସିଇଓ ସଲିମ ଖାଁ ନିଜର ଦୁଇ ଜଣ କର୍ମଚାରୀଙ୍କୁ ମାଡ ମାରୁଥିବା ଘଟଣାର ଭିଡିଓ ଭାଇରାଲ ପରେ ଏଚ୍ଆର୍ସି ଲେଆଉଟ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ସଲିମ । ତେବେ ଘଟଣାରୁ ଜଣାଯାଇଛି ଯେ, ଏହି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ଫରିଦାଉଦିନ, ରାଇଜୁଦିନ, ସିଭକୁମାର ଓ ଅନ୍ୟ କର୍ମଚାରୀ ମାନେ ସଂସ୍ଥାର କାର୍ଯ୍ୟାଳୟ ଠାରେ ମଦ୍ୟପାନ କରୁଥିବାର ଖବର ପାଇଥିଲେ ସିଇଓ ସଲିମ ଖାଁ ।
ତେବେ ସେ ଘଟଣା ସ୍ଥଳରେ ପହଁଚିବା ପରେ ଅନ୍ୟ କର୍ମଚାରୀମାନେ ଫଳାଇଥିଲେ । ଫରିଦାଉଦିନ ଓ ରାଇଜୁଦିନ ଧରାପଡିଥିଲେ । ତେବେ ସେ ଏହି ଦୁଇଜଣ କର୍ମଚାରୀଙ୍କୁ ମାଡ ମାରିବା ସହ ଜଣଙ୍କ ବେକ ଉପରେ ଚଢିଯାଇଥିଲେ । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏଚ୍ଆର୍ସି ଲେଆଉଟ ପୋଲିସ ସଲିମଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଡିସିପି ଇସା ପାନ୍ତ । ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।