ଏହି କମ୍ପାନୀର କର୍ମଚାରୀଙ୍କୁ ନୋଟ୍‌ରେ ନୁହେଁ, ସୁନାରେ ମିଳିବ ଦରମା! ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ଲଣ୍ଡନସ୍ଥିତ ଏକ କମ୍ପାନୀ ଏବେ ନିଜ କର୍ମଚାରୀମାନଙ୍କୁ ନୋଟ୍‌ରେ ନୁହେଁ, ବରଂ ସୁନାରେ ଦରମା ପ୍ରଦାନ କରିବ। କମ୍ପାନୀର ଟେଲିମନି ଅଛି, ଯାହା କି ବିତ୍ତୀୟ ସେବା ଉପଲବ୍ଧ କରାଇଥାଏ। ଏକ ରିପୋର୍ଟ ମୁତାବକ, କମ୍ପାନୀ ସିଇଓ କ୍ୟାମରନ୍‌ ପ୍ୟାରୀ କମ୍ପାନୀର କିଛି ଉଚ୍ଚ ଅଧିକାରୀଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ ଆରମ୍ଭ କରିଛନ୍ତି ଏବଂ ଖୁବ୍‌ଶୀଘ୍ର ଏହାକୁ ଅନ୍ୟ ସମସ୍ତ କର୍ମଚାରୀଙ୍କ ପାଇଁ ଲାଗୁ କରି ଦିଆଯିବ।

ସିଇଓ କ୍ୟାମରନ୍‌ ପ୍ୟାରୀଙ୍କ କହିବା ହେଲା, ମୁଦ୍ରାସ୍ଫୀତି ପ୍ରଭାବରୁ ନିଜ କର୍ମଚାରୀମାନଙ୍କୁ ବଞ୍ଚାଇବା ପାଇଁ ସେ ଏମିତି କରୁଛନ୍ତି। ତାଙ୍କ କହିବା ଅନୁସାରେ, ଏମିତି ସମୟରେ ଯେତେବେଳେ ପାରମ୍ପରିକ ଧନ ଲଗାତାର ଭାବେ ନିଜର କ୍ରୟ ମୂଲ୍ୟ ହରାଉଛି, ସେଠି ସୁନା ଲୋକମାନଙ୍କୁ ମୁଦ୍ରାସ୍ପୀତି ଠାରୁ ଦୂରେଇ ରହିବାର ସବୁଠାରୁ ଭଲ ମଉକା ଦେଉଛି।

ପାଉଣ୍ଡ ହ୍ରାସ ପାଇଲା, ସୁନା ବଢ଼ିଲା

ପ୍ୟାରୀ କହିଛନ୍ତି ଯେ ପାଉଣ୍ଡର ମୂଲ୍ୟ ଉଦ୍‌ବେଗଜନକ ଭାବେ ହ୍ରାସ ପାଉଥିବା ବେଳେ ଚଳିତ ବର୍ଷ ସୁନା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ସେ କହିଥିଲେ କି, ଏହି ପରିବର୍ତ୍ତନ ଖୋଲା କ୍ଷତରେ ମଲମ ଲଗାଇବା ଭଳି। କମ୍ପାନୀର ୨୦ରୁ ଅଧିକ କର୍ମଚାରୀ ଅଛନ୍ତି। କିନ୍ତୁ ବର୍ତ୍ତମାନ ପାଇଁ ଏହି ପ୍ରୟୋଗ କେବଳ ବରିଷ୍ଠ କର୍ମଚାରୀ ମାନଙ୍କ କ୍ଷେତ୍ରରେ କରାଯାଉଛି। ସ୍ଥାନୀୟ ଏକ ଖବରକାଗଜର ରିପୋର୍ଟ ମୁତାବକ, ପ୍ୟାରୀ ନିଜେ ନିଜର ଦରମା ବି ସୁନାରେ ନେଉଛନ୍ତି। ପ୍ୟାରୀ କହିଛନ୍ତି, ଯେତେ ବେଳେ ପାଉଣ୍ଡ ଓ ପେନ୍ସରେ ବିକ୍ରି ହେଉଥିବା ସାମଗ୍ରୀ ଏବଂ ସେବାକୁ ସୁନାରେ କିଣା ଯାଇଥାଏ, ତ ଏହାର ମୂଲ୍ୟ ଆହୁରି ବଢ଼ି ଯାଇଥାଏ।

gold
photo: Times Now

ବାସ୍ତବରେ ସୁନା ଘରକୁ ନେଇ ପାରିବେ ନାହିଁ କର୍ମଚାରୀ

ବାସ୍ତବରେ, କମ୍ପାନୀର ଏହି ନୂତନ ବେତନ ବ୍ୟବସ୍ଥାର ଅର୍ଥ ଏହା ନୁହେଁ ଯେ କର୍ମଚାରୀମାନଙ୍କୁ ସୁନା ଇଟା କିମ୍ବା ବିସ୍କୁଟ ଦେବା। କର୍ମଚାରୀଙ୍କୁ ବେତନ ଦେବା ସମୟରେ ପାଉଣ୍ଡ ସହିତ ସୁନା ଏକ୍ସଚେଞ୍ଜ ରେଟ୍‌ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସପର କରାଯିବ। ଯଦିଓ କର୍ମଚାରୀମାନେ ଚାହିଁଲେ ଏହି ନୂତନ ବ୍ୟବସ୍ଥାରୁ ବାହାରି ପାରିବେ ଏବଂ ପାଉଣ୍ଡରେ ବେତନ ପ୍ରାପ୍ତ କରି ପାରିବେ। ସୂଚନାଥାଉ କି, ଇଂଲଣ୍ଡରେ ରହିବା ଖର୍ଚ୍ଚ ଲଗାତାର ଭାବେ ବଢ଼ି ଚାଲିଛି ଏବଂ ପାଉଣ୍ଡର ମୂଲ୍ୟ ଦୁଇ ବର୍ଷ ତଳକୁ ଖସି ଆସିଛି। ବ୍ୟାଙ୍କ୍‌ ଅଫ୍‌ ଇଂଲଣ୍ଡ ଚେତାବନୀ ଦେଇଛି ଯେ ୨୦୨୨ ମସିହା ଅର୍ଥନୀତି ପାଇଁ ସାମୟିକ ଶିଥିଳତାର ବର୍ଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.