ଝାଡଖଣ୍ଡ ତୁମକାରେ ଯବାନ-ମାଓବାଦୀ ଗୁଳିବିନିମୟ, ୫ ମାଓବାଦୀ ନିହତ

ଝାଡଖଣ୍ଡ ତୁମକାରେ ଯବାନ-ମାଓବାଦୀ ଗୁଳିବିନିମୟ। ଏନକାଉଣ୍ଟରରେ ୪ରୁ ୫ ମାଓବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟରେ ଜଣେ ଏସ୍ଏସ୍ବି ଯବାନ ସହିଦ୍ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଡୁମକା ତଳଡଙ୍ଗଲ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା। ରାତି ପ୍ରାୟ ୩ଟା ୩୦ରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୫ଜଣ ମାାଓବାଦୀ ଘଟଣାସ୍ଥଳରେ ଟଳି ପଡିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.