ଜମ୍ମୁ କଶ୍ମୀର ପୁଞ୍ଛରେ ଏନକାଉଣ୍ଟର, ଜଣେ ଯବାନ ଆହତ

ଜମ୍ମୁ କଶ୍ମୀର ପୁଞ୍ଛରେ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୋମବାର ରାତିରେ ସୁରନକୋଟର ଲସାନା ଗାଁରେ ଏନକାଉଣ୍ଟର । ଜମ୍ମୁ କଶ୍ମୀର ପୁଞ୍ଛରେ ଭାରତୀୟ ସେନାର ଅପରେସନ୍ ‘ଲାସାନା’ ଜରିଆରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।
ସୀମାରୁ ଆତଙ୍କୀ କାର୍ଯ୍ୟକଳାପ ମୂଳପୋଛ କରିବାକୁ କୁମ୍ବିଂ ଅପରେସନ୍ ଜୋରଦାର ହୋଇଛି । ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୋଲିସର ମିଳିତରେ ଅପରେସନ ‘ଲାସାନା’ ଜୋରଦାର ହୋଇଛି । ସୋମବାର ମଧ୍ୟରାତିରେ ପୁଞ୍ଛର ସୁରାନକୋଟ ଲାସାନା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି ।
ଗୁଇନ୍ଦା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଅପରେସନ୍ ‘ଲାସାନା’ ଲଞ୍ଚ କରିଥିଲା ସେନା । ସ୍ଥାନୀୟ ଅଞ୍ଚଳରେ ଅତିରିକ୍ତ ସେନା ମୁତୟନ ହୋଇଛନ୍ତି ।
ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ଜମ୍ମୁ ଓ କଶ୍ମୀରର କିଷ୍ଟୱାର ଜିଲ୍ଲାରେ ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଏକ ଅପରେସନ ସମୟରେ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ବେଳେ ସେମାଙ୍କ ନିକଟରୁ ଆମେରିକୀୟ ନିର୍ମିତ ଏମ୪ କାର୍ବାଇନ ରାଇଫଲ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହି ଘଟଣା ପାକିସ୍ତାନର ଆତଙ୍କବାଦୀଙ୍କୁ ଅସ୍ତ୍ର ଯୋଗାଣ ସହ ଜଡ଼ିତ ଥିବା ଲିଙ୍କକୁ ନେଇ ସନ୍ଦେହ ପ୍ରକାଶ କରିଛି । ସେମାନଙ୍କ ମଧ୍ୟରେ ଜୈସ୍ କମାଣ୍ଡର ସୈଫୁଲ୍ଲା ନିପାତ ହୋଇଥିଲା । ୩ ଆତଙ୍କୀଙ୍କ ମୁଣ୍ଡରେ ୫ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ରାଶି ରହିଥିଲା ।
Also Read : ଟ୍ରମ୍ପଙ୍କୁ ହତ୍ୟା କରି ସରକାର ଭାଙ୍ଗିବାକୁ ଚାହୁଁଥିଲେ ୧୭ ବର୍ଷୀୟ ଯୁବତୀ, ବାପା ମା’ଙ୍କୁ ହତ୍ୟା କରି ଟଙ୍କା ନେଇ…