ଜମ୍ମୁ କାଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ସକାଳେ ଜମ୍ମୁ କାଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଫଳରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। କୁଲ୍‌ଗାମ୍‌ ଜିଲ୍ଲାର ତାଜିପୋରା ଗାଁରେ ଆତଙ୍କବାଦୀ ଥିବା ନେଇ ମଙ୍ଗଳବାର ସନ୍ଧ୍ୟାରେ ସୂଚନା ପାଇବା ପରେ ରାଷ୍ଟ୍ରୀୟ ରାଇଫଲ୍‌ , ରାଜ୍ୟ ପୁଲିସର ସ୍ପେସାଲ୍‌ ଅପରେସନ୍‌ସ୍‌ ଗ୍ରୁପ୍‌ ଓ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସ ସମେତ ନିରାପତ୍ତା ବଳ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅପରେସନ୍‌ ଆରମ୍ଭ କରିଥିଲେ।

jkପୁଲିସ ସୂତ୍ର ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ନିରାପତ୍ତା ବଳ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ଘରର ନିକଟତର ହେବା ପରେ ଗୁଳି ବିନିମୟ ହୋଇଥିଲା। ଯାହାଫଳରେ ଏନକାଉଣ୍ଟର ସୂତ୍ରପାତ ହୋଇଥିଲା । ତେବେ ବର୍ତ୍ତମାନ ସୁରକ୍ଷାରୁ ନଜରରେ ରଖି ସମଗ୍ର ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ସେବାକୁ ବନ୍ଦ କରିଦିଆ ଯାଇଛି ।

ଅନ୍ୟପଟେ ଗତକାଲି ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଉଭୟ ଗୋଟେ ଆର୍ମି କ୍ୟାମ୍ପ୍‌ ବାହାରେ ଭିଡିଓ ସୁଟିଙ୍ଗ୍‌ କରିବା ସହ ଫଟୋ ଉତ୍ତୋଳ କରୁଥିବା ଜଣେ ଅଧିକାରୀ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.