ଉଦ୍ଧମପୁରରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ଯବାନ ସହିଦ

ଜମ୍ମୁ-କଶ୍ମୀର ପହଲଗାମ୍ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଚାଲିଯାଇଛି । ଏହାରି ଭିତରେ ପୁଣିଥରେ ଜମ୍ମୁ କଶ୍ମୀରର ଉଦ୍ଧମପୁର ଜିଲ୍ଲା ଡୁଡୁ-ବସନ୍ତଗର୍ଗରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି ।

ପହଲଗାମ ଆତଙ୍କବାଦୀ ଆକ୍ରମଣର ୨ ଦିନ ପରେ ଆତଙ୍କବାଦୀ ପୁଣି ଥରେ ଆକ୍ରମଣ ଉଦ୍ୟମରେ ରହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଇଥିବା ବେଳେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି ।

ଏ ନେଇ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଜଏଣ୍ଟ ସର୍ଚ୍ଚ ଅପରେସନ ଜାରି କରାଯାଇଛି ବୋଲି ଏକ୍ସ ପୋଷ୍ଟରେ ସୂଚନା ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସର୍ଚ୍ଚ ଅପରେସନ କରାଯାଇଛି ।
ଆତଙ୍କୀଙ୍କ ଏକ ବଡ଼ ଗ୍ରୁପ ଇଣ୍ଟରନ୍ୟାସନାଲ ବର୍ଡର ପାର କରି ହିରାନଗର ସେକ୍ଟରରେ ଭାରତରେ ପଶିଥିଲେ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମରେ ବଡ଼ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଘଟଣାରେ ୨୫ ଭାରତୀୟଙ୍କ ସହିତ ଜଣେ ନେପାଳୀ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଲସ୍କର-ଏ-ତୋଏବାର ପ୍ରକ୍ସୀ ୱିଙ୍ଗ ଦ ଟିଆରଏଫ ନିଜକୁ ଦାୟୀ କରିଛି । ଜମ୍ମୁ କଶ୍ମୀରରେ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା । ପାକିସ୍ତାନ ସହ ଗୋଟେ ପରେ ଗୋଟେ ସମ୍ପର୍କ କାଟୁଛନ୍ତି ଭାରତ ସରକାର । ଭାରତ ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି । ଭାରତ ସରକାର ପାକିସ୍ତାନ ସରକାରର ସୋସିଆଲ ଆକାଉଣ୍ଟକୁ ବ୍ୟାନ୍ କରିଛି । ଗତକାଲି ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ବ୍ୟାନ୍ କରିବା ସହ ଭିସାକୁ ମଧ୍ୟ ବନ୍ଦ କରିଥିଲେ ।

Also Read : ଭାରତର ଡିଜିଟାଲ ଷ୍ଟ୍ରାଇକ୍, ପାକିସ୍ତାନ ସରକାରଙ୍କ ୱେବସାଇଟ୍ ଏବଂ ଏକ୍ସ ଆକାଉଣ୍ଟ ବ୍ୟାନ୍