ଜମ୍ମୁ କଶ୍ମୀର : ସୁରକ୍ଷାବଳ ଏବଂ ଆତଙ୍କୀ ମଧ୍ୟରେ ଗୁଳିବିନିମୟ, ୪ ଯବାନ ଆହତ, ସର୍ଚ୍ଚ ଅପରେସନ ଜାରି

ଜମ୍ମୁ କଶ୍ମୀର : ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସକାଳୁ ସକାଳୁ ଜମ୍ମୁ କଶ୍ମୀରର କୁଲଗାମରେ ଗୁଳିବିନିମୟ ଆରମ୍ଭ ହୋଇଛି । ଏନକାଉଣ୍ଟରରେ ୩ ଜଣ ଯବାନ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୋସିଆଲ ମିଡିଆରେ ସୂଚନା ଦେଇ ଭାରତୀୟ ସେନା କହିଛନ୍ତି, ଏକ ସୁତ୍ରରୁ ଖବର ପାଇବା ପରେ ଆଜି କୁଲଗାମର ଆରିଗାମରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ଦ୍ୱାରା ମିଳିତ ଅପରେସନ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନରେ ସମୟରେ ଆତଙ୍କୀମାନେ ଅତର୍କିତ ଗୁଳିଚାଳନା କରିଥିଲେ । ବର୍ତ୍ତମାନ ମଧ୍ୟ ଏହି ଅପରେସନ ଜାରି ରହିଛି ।

ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ଟ୍ବିଟରରେ କୁହାଯାଇଛି ଯେ, କୁଲଗାମର ଆଦିଗମ ଦେବସର ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି । ସୁରକ୍ଷାକର୍ମୀ ଏବଂ ପୋଲିସ, ସୁରକ୍ଷା ଏଜେନ୍ସୀ ମଧ୍ୟ ଏହି ଏନକାଉଣ୍ଟରରେ ସାମିଲ ରହିଛନ୍ତି । ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି ।

 


ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆତଙ୍କୀ ଜମ୍ମୁ କଶ୍ମୀରରେ ଲଗାତାର ଅଶାନ୍ତି କରିବାକୁ ଚେଷ୍ଟା କରୁଛନ୍ତି । ଏହାକୁ ଦେଖି ଘାଟିରେ ଆତଙ୍କୀକୁ ଖୋଜିବା ପାଇଁ ଲଗାତାର ସର୍ଚ୍ଚ ଅପରେସନ ଜାରି ରହିଛି । ଶୁକ୍ରବାର ପୋଲିସ ପୁଲଓ୍ୱାମାର ଅବନ୍ତୀପୋରାରେ ଆତଙ୍କୀ ମଡେଲ ଖୁଲାସା କରିଥିଲା । ପୋଲିସ ଜୈସ-ଏ-ମହମ୍ମଦର ୬ ଆତଙ୍କୀ ସହଯୋଗୀକୁ ଗିରଫ କରିଥିଲା । ଏମାନେ ଯୁବକଙ୍କୁ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଥିଲେ । ଏମାନଙ୍କ ପାଖରୁ ପୋଲିସ ଆଇଡି, ୩୦ ଡେଟୋନେଟର, ବ୍ୟାଟେରୀ, ପିସ୍ତଲ, ୨୫ ରାଉଣ୍ଡ ଗୁଳି, ହ୍ୟାଣ୍ଡ ଗ୍ରିନେଡ, ୨୦ ହଜାର ଟଙ୍କା ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like