ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ଜିନ୍ନତ

ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ଜିନ୍ନତ ।  ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ଟ୍ରାଙ୍କୁଲାଇଜ କଲା ବନବିଭାଗ ।  ଶିମିଳିପାଳ ଫେରାଇ ଆଣିବା ନେଇ ପ୍ରକ୍ରିୟା ଆରମ୍ଭ ।  ଏନେଇ ସୂଚନା ଦେଇଛନ୍ତି RCCF ପ୍ରକାଶ ଚାନ୍ଦ ଗୋଗିନେନୀ। ମହାରାଷ୍ଟ୍ରରୁ ଶିମିଳିପାଳକୁ ଅଣାଯାଇଥିଲା ବାଘୁଣୀ ଜିନ୍ନତକୁ। ଟ୍ରାଙ୍କୁଲାଇଜ୍‌ ପରେ ପୁଣି ଶିମିଳିପାଳ ଏନକ୍ଲୋଜରକୁ ଫେରିବ ବାଘୁଣୀ ‘ଜିନ୍ନତ’ ।

ଶିମିଳିପାଳ ବାଘୁଣୀ ‘ଜିନ୍ନତ’କୁ ନେଇ ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟରେ ଚର୍ଚ୍ଚା ଲାଗିରହିଥିଲା । ଶିମିଳିପାଳରୁ ପ୍ରଥମେ ଝାଡ଼ଖଣ୍ଡ ଓ ସେଠାରୁ ପଶ୍ଚିମବଙ୍ଗ ପଳାଇଥିଲାଛି ବାଘୁଣୀ ‘ଜିନ୍ନତ’ । ‘ଜିନ୍ନତ’ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଗ ଥାନା କଂସାବତୀ ଜଳଭଣ୍ଡାର ନିକଟରେ ରହିଥିବା ଜଣାପଡ଼ିଥିଲା ।  ଏଣୁ ପଶ୍ଚିମବଙ୍ଗ ସରକାର ତଥା ବନ ବିଭାଗ ବାରୁଣିଆ, ଗୋପାଳପୁର, ଗୋସାଇଁ ଡ଼ିହି ଆଦି ଗ୍ରାମରେ ହାଇଆଲର୍ଟ ଜାରି କରିଯିବା ସହ ବାଘୁଣୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା ।

କିଛିଦିନ ପୂର୍ବେ ଜିନ୍ନତକୁ ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ । ଝାଡଖଣ୍ଡ ଜଙ୍ଗଲରୁ ଶିମିଳିପାଳ ଆଣିବାକୁ ଉଦ୍ୟମ ଚଲାଇଥିଲା ବନବିଭାଗ । ଏବେ ସଫଳ ହୋଇଛି ବନ ବିଭାଗ । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ କିଛିଦିନ ତଳେ ବି ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଥିଲା । ଜଙ୍ଗଲ ବିଭାଗ ଜିନ୍ନତ ଉପରେ ତୀକ୍ଷଣ ନଜର ରଖିଥିଲା । ସେଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ଝାଡ଼ଖଣ୍ଡରେ ରହି ସ୍ଥିତି ଅନୁଧ୍ୟାନ କରୁଥିଲେ ।

ଜିନ୍ନତକୁ ଟ୍ରାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିଲେ ମଧ୍ୟ ଏହା ଏତେ ସହଜ ପ୍ରକ୍ରିୟା ନୁହେଁ ବୋଲି ଚିନ୍ତା କରାଯାଉଥିଲା ଗତ ୪ଦିନ ହେଲା ଜିନ୍ନତ କିଛି ଖାଉ ନଥିବାରୁ ଦିନକୁ ଦିନ ଦୁର୍ବଳ ହୋଇଯାଇଥିଲା ବୋଲି ଖବର ମିଳିଥିଲା । ଯାହା ଫଳରେ ଟ୍ରାଙ୍କୁଲାଇଜ କରିବା ସୁରକ୍ଷିତ ନୁହେଁ ବୋଲି ଚିନ୍ତା କରାଯାଉଥିଲା ।