କମିଲା କରୋନା, ବ୍ରିଟେନରେ ମାସ୍କ ପିନ୍ଧିବା ନିୟମକୁ ଉଠାଇଲେ ସରକାର

କୋହଳ ହେଲା କଟକଣା। ଆଜିଠାରୁ ମାସ୍କ ପିନ୍ଧା ବନ୍ଦ। ଇଂଲଣ୍ଡରେ ଆଜିଠାରୁ ଆରମ୍ଭ ହୋଇଛି ଫ୍ରିଡମ ଡେ। ଦେଶର ବିଭିନ୍ନ ପ୍ରାନ୍ତରୁ କୋଭିଡ କଟକଣା କୋହଳ କରାଯାଇଛି। ନାଇଟ କ୍ଲବ ଖୋଲିବା ସହ ପୂର୍ଣ୍ଣ କ୍ଷମତାରେ ଇନ୍‌ଡୋର ଆକ୍ଚିଭିଟିକୁ ଅନୁମତି ଦେଇଛନ୍ତି ବୋରିସ ଜନ୍‌ସନ ସରକାର। ବ୍ରିଟେନ ସରକାର ସୋସିଆଲ ଡିଷ୍ଚାନ୍ସିଂ ପାଳନ ବାଧ୍ୟତାମୂଳକ ନିୟମକୁ ପ୍ରତ୍ୟାହାର କରିଛନ୍ତି। ବ୍ରିଟେନ ଗଣମାଧ୍ୟମରେ ଏହାକୁ ଫ୍ରିଡମ ଡେ ଭାବେ ଅଭିହିତ କରିଛନ୍ତି।

ବ୍ରିଟେନ ସରକାର ଫେସ୍‌ ମାସ୍କ ବାଧ୍ୟତାମୂଳକକୁ ମଧ୍ୟ ଉଠେଇ ଦେଇଛନ୍ତି। ସେହିପରି ବର୍ତ୍ତମାନ ଠାରୁ ୱାର୍କ ଫ୍ରମ ହୋମକୁ ମଧ୍ୟ ବନ୍ଦ କରିଦିଆଯାଇଛି। ତେବେ କୌଣସି ପ୍ରକାର ସଂକ୍ରମଣକୁ ଏଡ଼ାଇବାକୁ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତଙ୍କୁ ଟିକା ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଜାନୁଆରୀ ମାସ ପରେ ଶନିବାର ଦେଶରେ ସର୍ବାଧିକ ୫୪ହଜାର କୋଭିଡ ପଜିଟିଭି ଚିହ୍ନଟ ପରେ ମଧ୍ୟ ମାସ୍କ ପିନ୍ଧିବା ନିୟମକୁ ହଟାଇ ଦେଇଛନ୍ତି। ଏହାକୁ କିନ୍ତୁ ବିରୋଧୀ ଦଳ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ ରବିବାର ଦିଲ୍ଲୀରେ କାହାର ବି ମୃତ୍ୟୁ ହୋଇନାହିଁ। ୧୩୮ ଦିନ ପରେ ଏଭଳି ଦିନ ଆସିଛି। ଗତକାଲି ରାଜଧାନୀ ଦିଲ୍ଲୀରେ ମାତ୍ର ୫୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ପଜିଟିଭିଟି ରେଟ୍‌ କମି ୦.୦୭ ରେ ପହଞ୍ଚିଛି। ଏଣୁ ଭାରତ ବି ଖୁବ ଶୀଘ୍ର ମାସ୍କ ଫ୍ରି ହେବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.