ଏମିତି ବି ଆସେ ମୃତ୍ୟୁ, ରାସ୍ତା କଡ ହୋର୍ଡିଂ ପଡି ଇଞ୍ଜିନିୟର ଯୁବତୀ ମୃତ

କେନ୍ୟୁଜ୍ ବ୍ୟୁରୋ(ଚେନ୍ନାଇ): ରାସ୍ତାରେ ଯାଉଥିବା ବେଳେ  ସାବଧାନ ହୋଇ ଯାଆନ୍ତୁ। କାରଣ କିଏ ଜାଣେ କେଉଁଠାରେ ମୃତ୍ୟୁ ଜଗିକି ଥିବା ତାହା କେହି କହିପାରିବେ ନାହିଁ। ଯେମିତି ଦକ୍ଷିଣ ଚେନ୍ନାଇର ପଲ୍ଲୀକରନାଇ ଅଞ୍ଚଳରେ ଏହି ଘଟଣାଟି ଘଟିଛି। ରାସ୍ତାକଡରେ ଲାଗିଥିବା ଏକ ବେଆଇନ ହୋର୍ଡିଂ ଯୋଗୁ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି। ମୃତ ଯୁବତୀଙ୍କ ନାମ ଆର. ଶୁଭଶ୍ରୀ (୨୨) ଓ ସେ ପେସାରେ ଜଣେ ଇଞ୍ଜିନିୟର ବୋଲି ଜଣାପଡିଛି।

ଆହୁରି ପଢନ୍ତୁ: ଖୋଲାବଜାରରେ ପାକିସ୍ତାନ ବିକୁଛି ଏକେ-୪୭, ଏଫ୍ ୧୬ ଏବଂ ଆଟାମ ବମ୍, ବନ୍ଧୁକ ନୁହେଁ  ‘ଗଧ’

ଗୁରୁବାର ନିଜ ଅଫିସରୁ ଅପରାହ୍ନ ୨ଟା ୪୫ ମିନିଟ୍‌ରେ ଯୁବତୀ ଜଣକ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଲାଗିଥିବା ଏକ ହୋର୍ଡ଼ିଂ ତାଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ସେ ଭାରସାମ୍ୟ ହରାଇ ସ୍କୁଟିରୁ ତଳକୁ ଖସିପଡ଼ିଥିଲେ। ଯାହାଫଳରେ ପଛପଟୁ ଆସୁଥବା ଏକ ଦ୍ରୁତଗାମୀ ପାଣି ଟ୍ୟାଙ୍କର ତାଙ୍କ ଉପରେ ମାଡ଼ିଯାଇଥିଲା ।

ଘଟଣା ସ୍ଥଳରେ ଯୁବତୀ ଜଣକ ଗୁରୁତର ହୋଇପଡିଥିଲା। ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ  ମୃତ୍ୟୁ ଘୋଷଣା କରିଥିଲେ। ପୁଲିସ ଏହି ଘଟଣାରେ ପାଣି ଟ୍ୟାଙ୍କର ଡ୍ରାଇଭରଙ୍କୁ ଗିରଫ କରିଛି।

ଆହୁରି ପଢନ୍ତୁ: ଅଭିଶପ୍ତ ଗାଁ! ଏଠାରେ ରହିବାକୁ ହେଲେ ବଦଳାଇବାକୁ ପଡ଼େ ଟାଇଟଲ୍‌

ସୂଚନା ମୁତବାକ  ଏହି ହୋର୍ଡିଂ ଏଆଇଏଡିଏମ୍‌କେ କାଉନସିଲର ସି. ଜୟଗୋପାଳ ଲଗାଇଥିଲେ। ସେଠାରେ ଥିବା ଏକ ବିବାହ ମଣ୍ଡପରେ ତାଙ୍କ ପୁଅର ବିବାହ ଥିବାରୁ ସେ ଏହି ହୋର୍ଡିଂ ଲଗାଇଥିଲେ। ସେଥିରେ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଫୋଟ ରହିଥିଲା। ପୁଲିସ ଜୟଗୋପାଳଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହ ହୋର୍ଡିଂ ଲଗାଇଥିବା ସଂସ୍ଥାର କାର୍ଯ୍ୟାଳୟକୁ ସିଲ୍‌ କରିଛି। ସେପଟେ ମାଡ୍ରାସ ହାଇକୋର୍ଟ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମୃତ ଯୁବତୀଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ   ୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବା ସହ ବେଆଇନ ହୋର୍ଡିଂ ଲଗାଇବାକୁ ଅନୁମତି ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

 

Sasmita

Recent Posts

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

50 seconds ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

41 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

56 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

2 hours ago