ସାଧାରଣ ଲୋକଙ୍କ ପାଇଁ ଖୁସି ଖବର: କମିଲା ଅତ୍ୟାବଶ୍ୟକ ଔଷଧର ଦାମ
ଦେଶର ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର । କମିଲା ଅତ୍ୟାବଶ୍ୟକ ଔଷଧର ଦାମ। ୬୫୧ଟି ଜରୁରୀ ଔଷଧର ଦାମକୁ ଏପ୍ରିଲ ମାସରୁ କମାଇ ଦିଆଯାଇଛି।

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କ ପାଇଁ ଖୁସି ଖବର। କମିଲା ଅତ୍ୟାବଶ୍ୟକ ଔଷଧର ଦାମ। ୬୫୧ଟି ଜରୁରୀ ଔଷଧର ଦାମକୁ ଏପ୍ରିଲ ମାସରୁ କମାଇ ଦିଆଯାଇଛି। ସରକାର ଏହି ଔଷଧମାନଙ୍କର ଦାମ ଧାର୍ଯ୍ୟ କରିଦେଇଛନ୍ତି । ବର୍ତ୍ତମାନ ଏହି ଔଷଧ ଗୁଡିକର ଦାମ ୬.୭୩ ପ୍ରତିଶତ କମାଇ ଦିଆଯାଇଛି । ଜାତୀୟ ଔଷଧ ମୂଲ୍ୟ କର୍ତ୍ତୃପକ୍ଷ (ଏନ୍ପିପିଏ)
ଟ୍ଵିଟ୍ କରି ଏହା ଜଣାଇଛନ୍ତି। ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକାରେ ୮୭୦ ଔଷଧ ଥିବା ବେଳେ ସେଥିରୁ ୬୫୧ ଔଷଧ ମୂଲ୍ୟର ସୀମା ନିର୍ଧାରଣ କରାଯାଇଛି।
ड्रग्स प्राइस कंट्रोल ऑर्डर (DPCO) 2013 के प्रवाधान अनुसार, हर साल 1 अप्रैल से थोक मूल्य सूचकांक (WPI) से जुड़ी आवश्यक दवाओं के दाम बढ़ाने की अनुमति दी जाती है।
इस संदर्भ में,हम कुछ महत्वपूर्ण जानकारी साझा कर रहे हैं pic.twitter.com/ESiJi0Uehz
— NPPA~India🇮🇳 (@nppa_india) April 3, 2023
ସେଥିପାଇଁ ସେଗୁଡ଼ିକର ମୂଲ୍ୟରେ ହ୍ରାସ ଘଟିଛି। ହାରାହାରି ଭାବେ ଏହି ସବୁ ଔଷଧ ମୂଲ ୧୬.୬୨ ପ୍ରତିଶତ ହ୍ରାସ ହୋଇସାରିଲାଣି। ପାଇକାରୀ ମୁଦ୍ରାୟୀତି ପ୍ରଭାବରେ ଏପ୍ରିଲ୍ ପହିଲାରୁ ଅତ୍ୟାବଶ୍ୟକ ଔଷଧ ମୂଲ୍ୟ ୧୨.୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ଦେଶରେ ଜରୁରୀ ମେଡିସିନର ଦାମ କମ୍ ହେବା ଦ୍ଵାରା ଏହାର ପ୍ରଭାବ ସାଧାରଣ ଉପଭୋକ୍ତାଙ୍କ ଉପରେ ପଡିବ । ଯଦି ପୂର୍ବ ଦାମ କଥା କହିବା, ତେବେ ଗତବର୍ଷ ମଧ୍ୟ ଏହି ଦାମ ବୃଦ୍ଧି ପାଇଥିଲା । ହେଲେ ଚଳିତ ବର୍ଷ ଏହି ଜରୁରୀ ଔଷଧର ଦାମ କମ୍ ହୋଇଛି ।