ମହାମାରୀରୁ ୟୁରୋପକୁ ମିଳିବ ଲମ୍ବା ଛୁଟି, WHO ନିର୍ଦ୍ଦେଶକଙ୍କ ଆଶ୍ୱସ୍ତିବାଣୀ

ୟୁରୋପ: ମହାମାରୀରୁ ୟୁରୋପକୁ ମିଳିବ ଲମ୍ବା ଛୁଟି। WHO ନିର୍ଦ୍ଦେଶକଙ୍କ ଆଶ୍ୱସ୍ତିବାଣୀ। WHO ୟୁରୋପ ନିର୍ଦ୍ଦେଶକ ଡା. ହାନ୍ସ କ୍ରୁଗ୍‌ କହିଛନ୍ତି, ୟୁରୋପରେ କୋଭିଡ଼ ଟିକାକରଣ ଜୋରଦାର ଜାରି ରହିଛି। ଶୀତଋତୁ ଶେଷ ହେବାକୁ ଯାଉଛି। ତେଣୁ କରୋନା ମହାମାରୀରେ ୟୁରୋପ ଖୁବଶୀଘ୍ର ଏକ ‘ଦୀର୍ଘମିଆଦୀ ଶାନ୍ତ ବାତାବରଣ’ରେ ପ୍ରବେଶ କରିବାକୁ ଯାଉଛି।

ଏଠାରେ କୋଭିଡ଼ ସଂକ୍ରମଣର ଏକ ପ୍ରକାର ଅସ୍ତ୍ରବିରତି ଘଟିବ ଜଳଜଳ ଦିଶୁଛି ବୋଲି କହିଛନ୍ତି କ୍ରୁଗ୍‌ । ଏବେ ସୁଦ୍ଧା ବହୁ ୟୁରୋପୀୟ ଦେଶରେ କଟକଣା ହଟାଗଲାଣି। ଡେନମାର୍କ ପ୍ରଥମ ଦେଶ ଭାବେ ସମସ୍ତ କୋଭିଡ଼ କଟକଣା ହଟାଇଛି। ନରେଓ୍ଵ ମଧ୍ୟ କୋଭିଡ଼ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.