୬୨ ଘଣ୍ଟା ପରେ ବି ଉଦ୍ଧାର ହୋଇନି ତନ୍ମୟ, ୪ ଦିନ ହେଲା ଫସି ରହିଛି ବୋରୱେଲ୍‌ରେ

ମଧ୍ୟପ୍ରଦେଶ : ୬୨ ଘଣ୍ଟା ପରେ ବି ଉଦ୍ଧାର ହୋଇନି ତନ୍ମୟ। ୪ ଦିନ ହେଲା ବୋରୱେଲ୍‌ରେ ଫସି ରହିଛି ୮ ବର୍ଷର ତନ୍ମୟ। ତନ୍ମୟର ଅତିନିକଟରେ ପହଞ୍ଚିଛନ୍ତି ଉଦ୍ଧାରକାରୀ ଦଳ। ଖୁବ୍‌ଶୀଘ୍ର ବୋରୱେଲରୁ ଉଦ୍ଧାର ହବେ ତନ୍ମୟ। ଜେସିବି ସାହାଯ୍ୟରେ ଗାତ ଖୋଳା ଚାଲିଛି। ପଥର ଏବଂ ପାଣି ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି।

୪ ଦିନ ହେଲା ତନ୍ମୟକୁ ଉଦ୍ଧାର କରିବାକୁ ଚେଷ୍ଟା ଚଲାଇଛନ୍ତି NDRF, SDRF ଓ ଅଗ୍ନିଶମ ବିଭାଗ। ପିଲାଟିକୁ ପାଇପ୍‌ ଯୋଗେ ଅକ୍ସିଜେନ୍‌ ଯୋଗାଇ ଦିଆଯାଉଛି। କ୍ୟାମେରା ସାହାଯ୍ୟରେ ପିଲାଟିର ଗତିବିଧି ଉପରେ ନଜର ରଖାଯାଇଛି । ଉଦ୍ଧାର ପରେ ତୁରନ୍ତ ମେଡିକାଲ ନେବା ପାଇଁ ଆମ୍ବୁଲାନ୍‌ସର ବ୍ୟବସ୍ଥା କରାଯାଇଛି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ଵାନ୍‌ ମଧ୍ୟ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଚନ୍ତି। ତନ୍ମୟ ସୁରକ୍ଷିତ ଉଦ୍ଧାର ହେଉ ସେନେଇ ଟୁଇଟ୍‌ କରିଛନ୍ତି। ଗତ ୬ ତାରିଖରେ ମଧ୍ୟପ୍ରଦେଶର ବେତୁଲି ଜିଲ୍ଲା ମଣ୍ଡାଓ୍ଵି ଗାଁରେ ଘଟିଥିଲା ଅଘଟଣ। ରାତି ପ୍ରାୟ ସାଢେ ୮ଟା ବେଳେ ୮ ବର୍ଷର ତନ୍ମୟ ସାହୁ ଖେଳୁଥିବାବେଳେ ବୋରୱେଲ୍‌ ଭିତରେ ଖସି ପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.