ଗୋଆ ସରକାର କଲେ ବଡ଼ ଘୋଷଣା! ପ୍ରତ୍ୟେକ ପରିବାରକୁ ପ୍ରତିବର୍ଷ ମାଗଣାରେ ମିଳିବ ୩ ରୋଷେଇ ଗ୍ୟାସ୍ ସିଲିଣ୍ଡର…

ଗୋଆ ସରକାର ରାଜ୍ୟବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସରକାର ନୂଆ କ୍ୟାବିନେଟ୍ର ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ନେଇ କହିଛନ୍ତି ଯେ ସରକାର ରାଜ୍ୟର ପ୍ରତ୍ୟେକ ପରିବାରକୁ ୩ ରୋଷେଇ ଗ୍ୟାସ୍ ସିଲିଣ୍ଡର ମାଗଣାରେ ଦେବେ। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ ପ୍ରଥମ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା ସମୟରେ ଏହି ଘୋଷଣା କରିଛନ୍ତି। ଏ ନେଇ ସେ ଟ୍ଵିଟ୍ କରି ମଧ୍ୟ ଜଣାଇଛନ୍ତି। କହି ରଖୁଛୁ, ପ୍ରମୋଦ ସାଓ୍ଵନ୍ତଙ୍କ କ୍ୟାବିନେଟ୍ରେ ମୁଖ୍ୟମନ୍ତ୍ରୀ ଏବଂ ୮ ଅନ୍ୟ ମନ୍ତ୍ରୀ ସାମିଲ ଅଛନ୍ତି।
ସୂଚନାଥାଉ କି, ଗତ ମାସରେ ଗୋଆରେ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନିଜ ଘୋଷଣା ପତ୍ରରେ ଏହି ପ୍ରତିଶ୍ରୁତି ଦେଇଥିଲା କି, ଯଦି ଦଳ ଶାସନକୁ ଆସେ, ତ ରାଜ୍ୟର ପ୍ରତି ପରିବାରକୁ ବାର୍ଷିକ ୩ ଏଲ୍ପିଜି ସିଲିଣ୍ଡର ମାଗଣାରେ ଦିଆଯିବ।
ପ୍ରମୋଦ ସାଓ୍ଵନ୍ତ ୨୦୧୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦର କାର୍ଯ୍ୟଭାର ସମ୍ଭାଳିଥିଲେ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଦଳ ୨୦ଟି ଆସନ ଜିତିଥିଲା। ବିଜେପି ଏହି ନିର୍ବାଚନ ସାଓ୍ଵନ୍ତଙ୍କ ନେତୃତ୍ୱରେ ଲଢ଼ୁଥିଲା।
Chaired the first Cabinet Meeting after taking oath as CM. The Cabinet has decided to formulate the 3 free cylinder scheme as promised in the BJP Manifesto, from the new financial year. pic.twitter.com/iPeAiVJ7ym
— Dr. Pramod Sawant (@DrPramodPSawant) March 28, 2022