ଆମେରିକାରେ ୧୮ ବର୍ଷରୁ ଅଧିକ ସମସ୍ତେ ନେବେ ବୁଷ୍ଟର ଡୋଜ୍‌, ଅନୁମତି ପ୍ରଦାନ କଲା CDC

ଆମେରିକା: ଆମେରିକାରେ ୧୮ ବର୍ଷରୁ ଅଧିକ ସମସ୍ତେ ନେବେ ବୁଷ୍ଟର ଡୋଜ୍‌ । ଏନେଇ ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ବା CDC ଅନୁମତି ପ୍ରଦାନ କରିଛି । କୋଭିଡ୍‌ ଟିକାର ଦ୍ୱିତୀୟ ଡୋଜ୍‌ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେବେ । ଆମେରିକାରେ ମଡେର୍ଣ୍ଣା ଓ ଫାଇଜର ଟିକାର ବୁଷ୍ଟର ଡୋଜ୍‌କୁ ଅନୁମତି ମିଳିଛି । ୧୮ ବର୍ଷରୁ ଅଧିକ ବୟସ୍କ ଏହି ବୁଷ୍ଟର ଡୋଜ୍‌ ନେବେ । ଜନସନ ଏଣ୍ଡ ଜନସନର ସିଙ୍ଗଲ ଡୋଜ୍‌ ନେଇଥିଲେ ଦୁଇ ମାସ ପରେ ବୁଷ୍ଟର ନେବେ ।

ବର୍ତ୍ତମାନ ୟୁରୋପ ମହାଦେଶ ସମେତ ବିଭିନ୍ନ ଦେଶରେ କରୋନା କାୟା ମେଲାଉଛି । ବହୁ ଦେଶ କଟକଣାକୁ ପୁଣି ଥରେ କଡ଼ାକଡ଼ି କରୁଥିବା ବେଳେ ବୁଷ୍ଟର ଡୋଜ୍‌ ନେଇ ବିଚାରବିମର୍ଶ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୩୬ଟି ଦେଶ କରୋନାର ବୁଷ୍ଟର ଡୋଜକୁ ଅନୁମତି ଦେଇ ସାରିଲେଣି । ନିକଟରେ ଭାରତ ବାୟୋଟେକ୍‌ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣା ଏଲ୍ଲା ବୁଷ୍ଟର ଡୋଜ୍‌ ସପକ୍ଷରେ ମତ ରଖିଥିଲେ ।

ସେ କହିଥିଲେ, କୋଭିଡ ଟିକାର ୨ୟ ଡୋଜ ନେବାର ଛଅ ମାସ ପରେ ବୁଷ୍ଟର ଡୋଜ୍‌ ନେବା ହେଉଛି ସଠିକ ସମୟ । ଏଥିସହ ନାଜାଲ ଟିକାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ । ନାଜାଲ ଟିକା ଭାଇରସର ସଂକ୍ରମଣକୁ ରୋକିବାରେ ସାଧାରଣ ଟିକା ଅପେକ୍ଷା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ । ଏହାଦ୍ୱାରା ଟିକା ନେଇଥିବା ଲୋକଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକତା ରହିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.