ଦିଲ୍ଲୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ, ସୂଚନା ଦେଲେ ILBSର କ୍ଲିନିକାଲ ଭାଇରୋଲୋଜି ବିଭାଗ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା । ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଏବେ ଚାରିଆଡେ କାୟା ମେଲାଇଛି । ଏହାରି ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର । ରାଜଧାନୀ ଦିଲ୍ଲୀରେ ଓମିକ୍ରନ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । ଏନେଇ ଦିଲ୍ଲୀ ILBSର କ୍ଲିନିକାଲ ଭାଇରୋଲୋଜି ବିଭାଗ ସୂଚନା ଦେଇଛି । ସେପଟେ ଦିଲ୍ଲୀରେ କରୋନା ମାମଲା ପିକ୍‌ରେ ପହଞ୍ଚିଛି ।

ଏବେ ସଂକ୍ରମଣ ହାର କମିବା ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ସୂଚନା ଦେଇଛନ୍ତି । ଦିଲ୍ଲୀରେ ଗତକାଲିର ତୁଳନାରେ ଆଜି ସାଢେ ୪ ହଜାର କମ୍‌ ଅଛି । ଗତ ୫ରୁ ୬ ଦିନ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀ ସଂଖ୍ୟା ବୃଦ୍ଧି ପାଇନାହିଁ । ୮୫% ପ୍ରତିଶତ ହସ୍ପିଟାଲରେ ବେଡ୍‌ ଖାଲିପଡିଛି ।

Leave A Reply

Your email address will not be published.