ମଙ୍ଗଳରେ ମିଳିଲା ତରଳ ପଦାର୍ଥର ପ୍ରମାଣ, ଦୀର୍ଘ ଦିନ ଧରି ବୈଜ୍ଞାନିକ ଥିଲେ ସନ୍ଧାନରେ

ଦୀର୍ଘ ଦିନ ଧରି ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜଳର ସନ୍ଧାନ କରୁଥିଲେ । କାରଣ ପାଣି ହିଁ କୌଣସି ଗ୍ରହରେ ଜୀବନ ଧାରଣାର ଆଧାର ହୋଇପାରେ । ଦୀର୍ଘ ଦିନ ଧରି ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ପାଣିର ସନ୍ଧାନରେ ଥିଲେ । ଯାହା ଏବେ କିଛି ମାତ୍ରାରେ ପୁରଣ ହେବାକୁ ଯାଉଛି । ବୈଜ୍ଞାନିକମାନେ ଏବେ ମଙ୍ଗଳ ଗ୍ରହରେ ତରଳ ପଦାର୍ଥର ସନ୍ଧାନ ପାଇଛନ୍ତି ।

ଗବେଷଣା ଅନୁଯାୟୀ, ମଙ୍ଗଳ ଗ୍ରହର ଦକ୍ଷିଣ ମେରୁ ତଳେ ପାଣି ରହିଥିବା ସମ୍ଭବ ହୋଇପାରେ ବୋଲି ଆଶା କରାଯାଉଥିଲା । ଯାହାର ସନ୍ଧାନ ଏବେ ମିଳିଛି । ଚନ୍ଦ୍ର ପରେ ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜୀବନ ସନ୍ଧାନ ନେଇ ବେଶୀ ଆଶାବାଦୀ ଥିଲେ ।

ପୃଥିବୀ ପୃଷ୍ଟରେ ଗ୍ଲାସିଅର ହ୍ରଦ ଖୋଜିବା ସମୟରେ ଯେଉଁ ପ୍ରମାଣ ପ୍ରତି ଧ୍ୟାନ ଦିଆଯାଉଥିଲା,ଏବେ ମଙ୍ଗଳ ଗ୍ରହରେ ସେହି ପ୍ରମାଣ ଉପରେ ଧ୍ୟାନ ଦିଆଯାଇଥିଲା । ଏବେ ମଙ୍ଗଳ ଗ୍ରହରେ ପାଣି ଭଳି ତରଳ ପଦାର୍ଥ ମିଳିବା ବହୁତ ମହତ୍ୱପୂର୍ଣ୍ଣ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏହି ଅଧ୍ୟୟନ ୟୁନିଭରସିଟି ଅଫ୍‌ କାମ୍ବ୍ରିଜ ପକ୍ଷରୁ କରାଯାଇଥିଲା ।

ପୃଥିବୀ ପରି ମଙ୍ଗଳ ଗ୍ରହର ଦୁଇ ମେରୁରେ ବରଫର ମୋଟା ଆସ୍ତରଣର ଅବସ୍ଥିତି ଯୋଗୁ ଏଠାରେ ପାଣି ସମ୍ଭବ ବୋଲି ଆଶାକରାଯାଉଛି । ମଙ୍ଗଳ ଗ୍ରହର ତାପମାତ୍ରା ୬୨ ଡିଗ୍ରୀ ସେଲସିୟସ୍‌, ହେଲେ ମେରୁରେ ଥଣ୍ଡା ଦିନେ –୧୪୦ ଡିଗ୍ରୀ ସେଲସିୟସ ହୋଇପାରେ ବୋଲି ବୈଜ୍ଞାନିକମାନେ ଆଶା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.