ସେକ୍ସ ସ୍କାଣ୍ଡାଲରେ ଫସିଲେ ପୂର୍ବତନ ଅଲମ୍ପିକ୍‌ ଚାମ୍ପିୟନ୍‌, ଲିକ୍‌ ହେଲା ସମ୍ପୂର୍ଣ୍ଣ ଘଟଣାର ଭିଡିଓ

ହଙ୍ଗେରୀ ପାଇଁ ଅଲମ୍ପିକ୍‌ରେ ସ୍ୱର୍ଣ୍ଣପଦକ ଜିତିଥିବା ପୂର୍ବତନ ଜିମ୍ନାଷ୍ଟ ଜୋଲ୍ଡ ବୋରକାଇ ସେକ୍ସ ସ୍କାଣ୍ଡାଲରେ ଫସିଛନ୍ତି। ତାଙ୍କର ଏକ ଭିଡିଓ ଇଣ୍ଟରନେଟ୍‌ରେ ଲିକ୍‌ ହୋଇଛି। ଏଥିରେ ସେ ଦୁଇ ଜଣ ଝିଅଙ୍କ ସହ ଡ୍ରଗ୍ସ ନେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ କେତେକ ପର୍ଣ୍ଣ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରାଯାଇଛି। ଏହି ଭିଡିଓରେ ସେ ଦୁଇ ଜଣ ଝିଅଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ବୋରକାଇ ୧୯୮୮ ସିଓଲ ଅଲମ୍ପିକରେ ପାମେଲ ହର୍ସ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିଥିଲେ।

ଏହାସହ ପଢ଼ନ୍ତୁ: ଧାରା ୩୭୦ ଉଚ୍ଛେଦକୁ ନେଇ ସମାଲୋଚକଙ୍କୁ ଏଭଳି କଡ଼ା ଜବାବ ଦେଲେ ମୋଦି

୨୦୦୬ ମସିହାରୁ ବୋରକାଇ ଗ୍ୟୋର ସହରର ମେୟର ଭାବେ କାର୍ଯ୍ୟ କରୁଛନ୍ତି। ଚଳିତ ନିର୍ବାଚନରେ ମଧ୍ୟ ସେ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ସେ ପ୍ରଧାନମନ୍ତ୍ରୀ ଭିକ୍ଟର ଓରବନଙ୍କର ନିକଟତର ବ୍ୟକ୍ତି ଭାବେ ପରିଚିତ। ଭିଡିଓ ଭାଇରାଲ ହେବା ପରେ ବୋରକାଇ ପ୍ରଥମେ ନିଜକୁ ନିର୍ଦ୍ଦୋଷ ଦାବି କରିଆସୁଥିଲେ। ମାତ୍ର ପରେ ସେ ନିଜ ଭୁଲ୍‌ ମାନିଛନ୍ତି। କିନ୍ତୁ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଥିବା ଜଣାଯାଇଛି।

ପ୍ରଥମେ ଭିଡିଓଟି ଭାଇରାଲ ହେବା ପରେ ବୋରକାଇ କହିଥିଲେ ଯେ ନିର୍ବାଚନରେ ତାଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବା ପାଇଁ ବିରୋଧୀଙ୍କର ଏହା ଏକ ଚାଲ୍‌। ଭିଡିଓରେ କେତେକ ଏଡିଟ୍‌ କରାଯାଇ ତାଙ୍କୁ ସାମିଲ କରାଯାଇଛି। ମାତ୍ର ପରେ ସେ ଝିଅମାନଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ସ୍ୱୀକାର କରିଥିଲେ।