ଭାରତରେ ବ୍ଲକ ହେଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଓ ପୂର୍ବତନ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ଏକ୍ସ ଆକାଉଣ୍ଟ

ନୂଆଦିଲ୍ଲୀ : ଭାରତରେ ବ୍ଲକ ହେଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଓ ପୂର୍ବତନ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ଏକ୍ସ ଆକାଉଣ୍ଟ। ପହଲଗାମ ଆତଙ୍କୀ ହମଲା ପରେ ବହୁ ପାକିସ୍ତାନୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ କରିଛି ଭାରତ। ପୂର୍ବରୁ ପାକିସ୍ତାନ କଳାକାର ହାନିଆ ଅମୀର, ମାହିରା ଖାନ, ଅଲ୍ଲି ଜାଫର, ସନମ ସୟିଦ, ବିଲାଲ ଅବ୍ବାସ, ଇକରା ଅଜିଜ୍ ଓ ଇମରାନ ଅବ୍ବାସଙ୍କ ଇନଷ୍ଟଗ୍ରାମ ଆକାଉଣ୍ଟ ବ୍ଲକ ହୋଇଥିଲା। ଏହାସହ ଅପପ୍ରଚାର କରୁଥିବାରୁ ୧୬ ପାକିସ୍ତାନୀ ୟୁଟ୍ୟୁଟ୍ ଚ୍ୟାନେଲକୁ ବ୍ୟାନ କରିଥିଲା ଭାରତ। ଶୁକ୍ରବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ବ୍ୟାନ୍ ହୋଇଥିଲା। ଏବେ ପୂର୍ବତନ ପ୍ରଧାନନ୍ତ୍ରୀ ଇମ୍ରାନ ଖାନ ଓ ପୂର୍ବତନ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ଏକ୍ସ ଆକାଉଣ୍ଟ ଉପରେ ଲାଗିଲା କଟକଣା।