ଇମ୍ରାନଙ୍କୁ ଆଶ୍ୱସ୍ତି, ୯ଟି ମାମଲାରେ ମିଳିଲା ଅନ୍ତରୀଣ ଜାମିନ
ଇମ୍ରାନଙ୍କୁ ଆଶ୍ୱସ୍ତି । ୯ଟି ମାମଲାରେ ମିଳିଲା ସୁରକ୍ଷା । ଲାହୋର ହାଇକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ। ୮ଟି ଆତଙ୍କବାଦ ମାମଲା ଓ ଗୋଟିଏ ସିଭିଲ ମାମଲାରେ ମିଳିଲା ଜାମିନ। ଏକ ବୁଲେଟ ପ୍ରୁଫ୍ କାରରେ ଲାହୋର ହାଇକୋର୍ଟକୁ ଯାଇଥିଲେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।

ଲାହୋର : ଇମ୍ରାନଙ୍କୁ ଆଶ୍ୱସ୍ତି । ୯ଟି ମାମଲାରେ ମିଳିଲା ସୁରକ୍ଷା । ଲାହୋର ହାଇକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ। ୮ଟି ଆତଙ୍କବାଦ ମାମଲା ଓ ଗୋଟିଏ ସିଭିଲ ମାମଲାରେ ମିଳିଲା ଜାମିନ। ଏକ ବୁଲେଟ ପ୍ରୁଫ୍ କାରରେ ଲାହୋର ହାଇକୋର୍ଟକୁ ଯାଇଥିଲେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।
ଲାହୋର ହାଇକୋର୍ଟର ୨ ଜଣିଆ ବେଞ୍ଚ ଜାମିନ ଆବେଦନର ଶୁଣାଣି କରିଥିଲେ । ଅନ୍ୟପଟେ ଇମ୍ରାନ ଲାହୋର ହାଇକୋର୍ଟରେ ପହଞ୍ଚିବାର କିଛି ସମୟ ପରେ ତାଙ୍କ ବିରୋଧରେ ଥିବା ଆରେଷ୍ଟ ଓ୍ଵାରେଣ୍ଟ ହଟାଇ ଦେଇଥିଲେ ଇସଲାମବାଦ କୋର୍ଟ। ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଓ୍ଵାରେଣ୍ଟ ହଟାଇ ଦେଇଥିଲେ ।
ଇମ୍ରାନଙ୍କୁ ଜାମିନ ମିଳିବା ସହ କିଛି ଦିନ ଧରି ଲାଗି ରହିଥିବା ହାଇଡ୍ରାମାରେ ଯବନିକା ପଡ଼ିଛି। କିଛି ଦିନ ତଳେ ଇମ୍ରାନଙ୍କୁ ଗିରଫ କରିବାକୁ ପୋଲିସ ଲାହୋର ଯାଇଥିଲା। ସେତେବେଳେ ପିଟିଆଇ କର୍ମୀ ଏହାର ହିଂସାତ୍ମକ ପ୍ରତିବାଦ କରିଥିଲେ । ପାକିସ୍ତାନରେ ନିଆଁ ଜଳିଥିଲା। .