କରତାରପୁର ସାହିବ ଉଦଘାଟନ ଉତ୍ସବରେ ଯୋଗ ଦେଇ ପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଶନିବାର ଦାବି କରିଛନ୍ତିକି ଭାରତର ପୂର୍ବ ପ୍ରଧାନ ମନ୍ତ୍ରୀ ମନମୋହନ ସିଂ କରତାର ପୁର ସାହିବର ଉଦଘାଟନ ଉତ୍ସବରେ ଯୋଗ ଦେବେ । ଗୁରୁ ନାନକଙ୍କ ୫୫୦ତମ ଜନ୍ମ ଜୟନ୍ତୀ ପୂର୍ବରୁ ନଭେମ୍ବର ମାସ ୯ ତାରିତାରଖରେ କରପୁର ସାହିବର ଉଦଘାଟନ କରାଯିବାର ଅଛି । କ୍ୟୁରେସି ଏହା ମଧ୍ୟ କହିଛନ୍ତି କି ଶ୍ରୀ ସିଂହ ମୁଖ୍ୟଅତିଥି ରୂପେ ନୁହେଁ ବରଂ ଏକ ସାଧାରଣ ବ୍ୟକ୍ତି ଭାବେ ହିଁ ଅଂଶଗ୍ରହଣ କରିବେ । କ୍ୟୁରେସି ଏହା ମଧ୍ୟ ଦାଵା କରିଛନ୍ତି କି ମନ ମୋହନ ସିଂହ ଏକ ଲିଖିତ ପତ୍ର ମାଧ୍ୟମରେ ଗୁରୁଦ୍ୱାର ଯାତ୍ରାର ପୁଷ୍ଟି କରିଛନ୍ତି । ତାଙ୍କ ଅନୁଯାୟୀ ତାଙ୍କ ଆମନ୍ତ୍ରଣ ରକ୍ଷା କରି ମନମୋହନ ସିଂହ ଉତ୍ସବରେ ଯୋଗ ଦେବା ପାଇଁ ହଁ ଭରିଛନ୍ତି । କିନ୍ତୁ ଶ୍ରୀ ସିଂହ ଅନୁରୋଧ କରିଛନ୍ତିକି ସେ ଏକ ମୁଖ୍ୟ ଅତିଥି ଭାବେ ନୁହେଁ ବରଂ ଏକ ସାଧାରଣ ଲୋକ ଭାବେ ହିଁ ଯୋଗ ଦେବେ ।

ଏହା ସହ ପଢନ୍ତୁ: ଅଯୋଧ୍ୟା ଜମି ସହ ଜଡିତ ସମସ୍ତ ପକ୍ଷ ଦାଖଲ କଲେ ଲିଖିତ ଜବାବ

କ୍ୟୁରେସି କହିଛନ୍ତି କି ଯେଉଁ ଭାବେ ଗଲେ ମଧ୍ୟ ସେମାନେ ମନମୋହନ ସିଂହଙ୍କର ସାଦର ସ୍ୱାଗତ କରିବେ । ସୂଚନା ଯୋଗ୍ୟ କି କିଛି ଦିନ ପୂର୍ବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମନମୋହନ ସିଂହଙ୍କୁ କରତାରପୁର କରିଡରର ଉଦଘାଟନ ଉତ୍ସବକୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରୀନ୍ଦ୍ର ସିଂହ ବିଧିବଦ୍ଧ ଭାବେ କହିଥିଲେ କି ମନମୋହନ ସିଂହ କି ସେ ନିଜେ ପାକିସ୍ତାନ ଦ୍ୱାରା ଆୟୋଜିତ କୌଣସି ଉଦଘାଟନ ଉତ୍ସବରେ ଯୋଗ ଦେବେ ନାହିଁ । ଏଠାରେ କହି ରଖୁଛୁ କି କରତାରପୁର ହେଉଛି ସେହି ଜାଗା ଯେଉଁଠାରେ ଶିଖ ମାନଙ୍କ ପ୍ରଥମ ଗୁରୁ, ଗୁରୁ ନାନକଦେବ ନିଜ ଜୀବନର ଶେଷ ୧୭-୧୮ ବର୍ଷ ଅତିବାହିତ କରିଥିଲେ । ସେଠାରେ ତାଙ୍କ ମୃତ୍ୟୁ ପରେ ଏକ ସେଠାରେ ଏକ ଗୁରୁଦ୍ୱାର ମଧ୍ୟ ନିର୍ମାଣ କରାଯାଇଥିଲା । ଏହି ଗୁରୁଦ୍ୱାରଟି ପାକିସ୍ତାନରେ ପ୍ରଭାହିତ ରବି ନଦୀ କୂଳରେ ଅବସ୍ଥିତ ।

Leave A Reply

Your email address will not be published.