ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରୋକ୍ ଲଗାଇଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ

କେନ୍ୟୁଜ୍(ବ୍ୟୁରୋ): ତାରିଖ ପରେ ତାରିଖ । ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମୁକେଶ କୁମାର, ବିନୟ ଶର୍ମା, ଅକ୍ଷୟ ସିଂ ଓ ପଓ୍ଵନ ଗୁପ୍ତାର ଫାଶୀ ଉପରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ରୋକ ଲଗାଇଛନ୍ତି । ରାତି ପାହିଲେ ନିର୍ଭୟା ଦୋଷୀ ଝୁଲିଥାନ୍ତେ ଫାଶୀ ଖୁଣ୍ଟରେ। କିନ୍ତୁ କାଲିର ଫାଶୀ ଟଳି ଯାଇଛି। ଦୋଷୀଙ୍କୁ ମିଳିଛି ଆଉ କିଛି ଦିନର ମହଲତ । ତେବେ ଆଇନଗତ ଦିଗ ପାଇଁ କୋର୍ଟ ନୂଆ ତାରିଖ ଧାର୍ଯ୍ୟ କରିନାହାନ୍ତି ।

Image result for nirbhaya convicts"

ଆଜି କୋର୍ଟରେ ଉଭୟ ପକ୍ଷ ମଧ୍ୟର ଯୁକ୍ତିତର୍କ ହୋଇଥିଲା । ଦୋଷୀ ପୱନ, ଅକ୍ଷୟ ଓ ବିନୟର ଓକିଲଙ୍କ ଯୁକ୍ତି ଥିଲା ଦୋଷୀମାନେ ଆତଙ୍କବାଦୀ ନୁହଁନ୍ତି। ମାମଲାରେ ଏକାଧିକ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ସମସ୍ତଙ୍କର ସବୁ ଆଇନଗତ ବିକଳ୍ପ ସମାପ୍ତ ନ ହେବା ଯାଏ ଫାଶୀ ଦେଇ ହେବ ନାହିଁ। ନାବାଳକ ପ୍ରସଙ୍ଗ ନେଇ ପୱନ ଗୁପ୍ତା ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଫାଇଲ କରିଛନ୍ତି। ଅକ୍ଷୟର କ୍ୟୁରେଟିଭ୍‌ ଖାରଜ ହୋଇଛି, କୋର୍ଟ ଅର୍ଡର ମିଳିବା ପରେ ରାଜକ୍ଷମା ଆବେଦନ ହେବ। ସେପଟେ ମୁକେଶ ସିଂହର ଓକିଲଙ୍କ ଯୁକ୍ତି ଥିଲା, ଏକ ସଙ୍ଗରେ ଫାଶୀ ଦଣ୍ଡାଦେଶ ହୋଇଛି, ତେଣୁ କେବଳ ଜଣକୁ ଫାଶୀ ଦେଇ ହେବ ନାହିଁ। ମୁକେଶର କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ ଖାରଜ ହୋଇ ସାରିଛି। ମୁକେଶର ସବୁ ଆଇନଗତ ବିକଳ୍ପ ସରି ଯାଇଛି। ସରକାରୀ ଓକିଲ କହିଥିଲେ, ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦେଇ ହେବ। କେବଳ ବିନୟକୁ ଛାଡି ଅନ୍ୟ ତିନି ଜଣଙ୍କୁ ଫାଶୀ ଦେଇ ହେବ। ରାଷ୍ଟ୍ରପତିଙ୍କ ପାଖରେ ବିନୟ ଶର୍ମା ରାଜକ୍ଷମା ଆବେଦନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.