୨୦୨୪ ପୂର୍ବରୁ ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍, କେଉଁ କ୍ଷେତ୍ରକୁ ମିଳିବ କେତେ ଲାଭ ? ତା ଉପରେ ରହିଛି ଲୋକଙ୍କ ନଜର

ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଆଜି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ । ଆସନ୍ତା ଆର୍ଥିକ ବର୍ଷ ଲାଗି ଦେଶର ଆୟବ୍ୟୟର ହିସାବ ଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଧ୍ୟବିତ୍ତ ଅନେକ ଆଶା ରଖିଛନ୍ତି । ବିଶେଷ କରି କଣ ଟିକସ ରିହାତି ମିଳୁଛି ତାକୁ ଅନାଇ ରହିଛନ୍ତି । ଶିଳ୍ପ ଜଗତ ମଧ୍ୟ ଅଧିକ ପ୍ରୋତ୍ସାହନ ଆଶା ରଖୁଛନ୍ତି । ବର୍ତ୍ତମାନ ଦେଶର ଅର୍ଥନୀତି ଧିରେଧିରେ ବିପର୍ଯ୍ୟୟରୁ ଉପରକୁ ଉଠୁଛି । ବିଶ୍ୱର ଦ୍ରୁତ ଅଭିବୃଦ୍ଧି ଅର୍ଥନୀତି ଭିତରୁ ଭାରତ ଅନ୍ୟତମ । ଚଳିତ ଆର୍ଥିକ ବର୍ଷ ଅଭିବୃଦ୍ଧି ୭ ପ୍ରତିଶତ ରହିବା ଅନୁମାନ କରାଯାଉଥିବା ବେଳେ ଏହା ଆଗାମୀ ଆର୍ଥିକ ବର୍ଷରେ ୬.୫ ପ୍ରତିଶତ ରହିବା ଅନୁମାନ କରାଯାଉଛି ।

ଏଭଳି ସ୍ଥିତିରେ ଆଜି ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବର୍ଷ ୯ ରାଜ୍ୟରେ ନିର୍ବାଚନ, ଆସନ୍ତ ବର୍ଷ ରହିଛି ଲୋକସଭା ନିର୍ବାଚନ । ତେଣୁ ଏକ ପପୁଲିଷ୍ଟ ବଜେଟ୍‌ ଆଶା କରାଯାଉଛି । କିନ୍ତୁ ଅର୍ଥନୀତି ଅଭିବୃଦ୍ଧିକୁ ଅଣଦେଖା କରି ପାରିବେ ନାହିଁ ଅର୍ଥମନ୍ତ୍ରୀ । ବର୍ତ୍ତମାନ ବେକାରି ସମସ୍ୟା ଦେଶର ବଡ଼ ସମସ୍ୟା ହୋଇ ଉଭା ହୋଇଛି । କିଭଳି କ୍ୟାପିଟାଲ ଇନ୍‌ଭେଷ୍ଟମେଣ୍ଟ ବୃଦ୍ଧି କରି ଓ ଭିତ୍ତିଭୂମି ପାଇଁ ଅଧିକ ବ୍ୟୟ ବରାଦ କରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ବଜେଟରେ ପ୍ରୟାସ ହୋଇପାରେ ।

Leave A Reply

Your email address will not be published.