ବ୍ଲାକ ଫଙ୍ଗସକୁ ନେଇ ବିଶେଷଜ୍ଞଙ୍କ ମତ, ଏହି ସବୁ ଲକ୍ଷଣ ଦେଖାଦେଉଥିଲେ ତୁରନ୍ତ ନିଅନ୍ତୁ ENT ଡାକ୍ତରଙ୍କ ପରାମର୍ଶ

ଗୋଟେ ପଟରେ ଦେଶରେ କୋଭିଡ ସ୍ଥିତି କିଛିଟା ନିୟନ୍ତ୍ରଣକୁ ଆସୁଥିବା ବେଳେ ଅନ୍ୟ ପଟରେ ନୂଆ ଏକ ବିପଦ ଭାବରେ ଉଭା ହୋଇଛି ବ୍ଲାକ ଫଙ୍ଗସ । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଦେଶର ଡ଼ାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କ ସହ ଆଲୋଚନା କରି ମ୍ୟୁକୋମିରକୋସୀସ ବା ବ୍ଲାକଫଙ୍ଗସକୁ ଏକ ନୂଆ ଚ୍ୟାଲେଞ୍ଜ ବୋଲି ଘୋଷଣା କରିଛନ୍ତି । ଏହାକୁ ହରାଇବାକୁ ହେଲେ ଆମକୁ ବେଳ ଥାଉ ଥାଉ ସାବଧାନ ହେବା ସହ ପ୍ରସ୍ତୁତି ଆରମ୍ଭ କରିଦେବା ଦରକାର ବୋଲି କହିଛନ୍ତି । ଦିଲ୍ଲୀସ୍ଥିତ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା, ଏମ୍ସ ଡାକ୍ତର ପିୟୁଷ ରଞ୍ଜନଙ୍କ ସମେତ ଏକ ବିଶେଷଜ୍ଞ ଦଳ ସୂଚନା ଦେଇଛନ୍ତିକି, ଯଦି ଥରେ ଜଣେ କରୋନା ସଂକ୍ରମିତ ହୋଇଥିବେ ଆଉ ତାଙ୍କ ଠାରେ ଫଙ୍ଗାଲ ଇନଫେକ୍ସନର ଲକ୍ଷଣ ମାନ ଦେଖାଦେଇଥିବା ତେବେ ବେଳ ଥାଉ ଥାଉ ସାବଧାନ ହେଲେ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ।

black fungus

\ଏଥିପାଇଁ, କରୋନା ରୋଗୀ ମାନଙ୍କୁ ନିଜ ନାକ, ଗଳା ତଥା ଆଖିର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଗୁଡିକର ଅଧିକ ଧ୍ୟାନ ରଖିବାକୁ ପଡିବ । ଯଦି ଏହି ସବୁ ସ୍ଥାନ ମାନଙ୍କରେ କୂଣ୍ଡେଇ ହେଉଥାଏ, ଦରଜ ହେଉଥାଏ ବା କଳା କଳା ଦାଗ ପଡିଯାଉଥାଏ ତେବେ ଡେରି ନକରି ଡାକ୍ତରଙ୍କ ପରାମର୍ଶ ନେଇନେବା ଜରୁରୀ । ଏସବୁ ବ୍ୟତୀତ ଦାନ୍ତ ଯଦି ଢ଼ିଲା ପଡିଯାଉଥାଏ, ମୁହଁ ଭିତରେ କଳା କଳା ଦାଗ ପଡିବା ବି ବ୍ଲାକଫଙ୍ଗସର ପୂର୍ବ ଲକ୍ଷଣ । ଡ଼ାକ୍ତରଙ୍କ ଅନୁଯାୟୀ କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି ନିଜ ରକ୍ତ ଶର୍କରା ଓ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିବା ନିହାତି ଆବଶ୍ୟକ ।

ଅନିୟନ୍ତ୍ରିତ ମଧୁମେହ, ମାତ୍ରାଧିକ ସ୍ଟିରଏଡ଼ ସେବନ ବି ବ୍ଲାକ ଫଙ୍ଗସ ହେବାର ଅନ୍ୟତମ ପ୍ରମୁଖ କାରଣ । ସୂଚନା ଦେଉଛୁକି ଦେଶରେ ବର୍ତ୍ତମାନ ସୁଦ୍ଧା ୭ ହଜାରରୁ ଅଧିକ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏମଧ୍ୟରୁ ସର୍ବାଧିକ ମହାରାଷ୍ଟ୍ରରୁ ଅଛନ୍ତି । ଏହା ପର ସ୍ଥାନରେ ଗୁଜୁରାଟ, ମଧ୍ୟ ପ୍ରଦେଶ, ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ଛତିଶଗଡ଼, କର୍ଣ୍ଣାଟକ, ତେଲେଙ୍ଗାନା ପରି ରାଜ୍ୟ ଅଛନ୍ତି । କିନ୍ତୁ ବ୍ଲାକ ଫାଙ୍ଗସ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବ୍ୟାପିପାରେ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.