ଦିଲ୍ଲୀ: ଇସ୍ରାଏଲ ଦୂତାବାସ ପଛରେ ବିସ୍ଫୋରଣ! ଘଟଣାସ୍ଥଳ ଯାଞ୍ଚ କରୁଛି ପୋଲିସ
ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଥିବା ଇସ୍ରାଏଲ ଦୂତାବାସ ପଛରେ ବିସ୍ଫୋରଣ ହେବା ନେଇ ଖବର ଆସିଛି। ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଥିବା ଇସ୍ରାଏଲ ଦୂତାବାସ ପଛରେ ବିସ୍ଫୋରଣ ହେବା ନେଇ ଖବର ଆସିଛି। ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ଇସ୍ରାଏଲ ଦୂତାବାସ ପଛରେ ଖାଲି ପଡ଼ିଥିବା ପ୍ଲଟ୍ରେ ବିସ୍ଫୋରଣ ହୋଇଥିବା ନେଇ ପୋଲିସକୁ ଫୋନ୍ କଲ୍ ଆସିଥିଲା, ଯାହାପରଠାରୁ ସ୍ପେଶାଲ ସେଲ୍ର ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛି।
ସେପଟେ ମାମଲାକୁ ଗମ୍ଭୀରତାର ସହ ନେଇ ଅଗ୍ନିଶମ ବାହିନୀ ଏବଂ ପୋଲିସ ସେଠାରେ ୧ ଘଣ୍ଟା ଧରି ଯାଞ୍ଚ କରିଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ବି ସନ୍ଦେହଜନକ ଜିନିଷ ମିଳିନାହିଁ। ଏହି ବିସ୍ଫୋରଣକୁ ନେଇ କିଏ ପୋଲିସକୁ କଲ୍ କରିଥିଲା, ପୋଲିସ ତାହା ଯାଞ୍ଚ କରୁଛି।
ସୂଚନା ରହିଛି, ସନ୍ଧ୍ୟା ପ୍ରାୟ ୬ଟା ବେଳେ କୌଣସି ଏକ ଅଜଣା ନମ୍ବରରୁ ଦିଲ୍ଲୀ ଅଗ୍ନିଶମ ବିଭାଗକୁ କଲ୍ ଆସିଥିଲା। ଅଜଣା ବ୍ୟକ୍ତି ଜଣକ କଲ୍ କରି ଅଧିକାରୀମାନଙ୍କୁ ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ପୋଲିସର ସ୍ପେଶାଲ ସେଲ୍ ଟିମ୍ ବୋମା ନିଷ୍କ୍ରିୟକାରୀ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ ସେଠାରେ ପୋଲିସ ଛାନ୍ଭିନ ଚଳାଇଛି।
ପୋଲିସ ସୂତ୍ରରୁ ଜଣାପଡ଼ିଛି କି, ଇସ୍ରାଏଲ ଦୂତାବାସ ପଛପଟେ ଖାଲି ପଡ଼ିଥିବା ପ୍ଲଟ୍ରେ ବିସ୍ଫୋରଣ ଶବ୍ଦ ୩-୪ ଜଣ ଲୋକ ଶୁଣିବାକୁ ପାଇଥିଲେ। କିନ୍ତୁ ବିସ୍ଫୋରଣର କୌଣସି ସାମଗ୍ରୀ ଘଟଣାସ୍ଥଳରୁ ମିଳିପାରି ନାହିଁ। କେଉଁ କାରଣରୁ ଶବ୍ଦ ଶୁଣାଗଲା, ପୋଲିସ ତଦନ୍ତ କରୁଛି।
Delhi Fire Service received a call of a blast near the Israel Embassy in the Chanakyapuri area this evening.
“So far nothing has been found at the location,” says Atul Garg, Director, Delhi Fire Services pic.twitter.com/Ipd23kciBS
— ANI (@ANI) December 26, 2023