ଦିଲ୍ଲୀରେ ଥିବା ପ୍ରଶାନ୍ତ ବିହାରରେ ଏକ ବଡ ଧରଣର ବିସ୍ପୋରଣ ଘଟିଛି । ଏହି ବିଷୟରେ ଦିଲ୍ଲୀ ପୋଲିସଙ୍କୁ ସୂଚନା ମିଳିଛି । ଏହାପରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦିଲ୍ଲୀ ପୋଲିସଙ୍କ ସୂଚନା ଅନୁସାରେ ଦିଲ୍ଲୀରେ ଥିବା ପ୍ରଶାନ୍ତ ବିହାର ଅଞ୍ଚଳରେ ଏକ ବଡ ଧରଣର ବିସ୍ପୋରଣ ହୋଇଥିଲା । ପୋଲିସ ବ୍ଲାଷ୍ଟ ସହ ଏ ଘଟଣା କେମିତି ଘଟିଲା ତାହା ତଦନ୍ତ କରୁଛି । ଖବରପାଇବା ପରେ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ।
ପୋଲିସ କଲ କରୁଥିବା ଲୋକଙ୍କ ପରିଚୟ ସହ ବିସ୍ପୋରଣର ଖବର ତଦନ୍ତ କରୁଛି । ଅଗ୍ନିଶମ ବିଭାଗର ସୂଚନା ଅନୁସାରେ ୧୧ ବାଜି ୪୮ ମିନିଟ ସମୟରେ ପ୍ରଶାନ୍ତ ବିହାରର ବାନସିରେ ବିସ୍ପୋରଣ ହୋଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଉପସ୍ଥିତ । ପାର୍କ ନିକଟରେ ଏହି ବିସ୍ଫୋରଣ ହୋଇଛି । ଧଳା ପାଉଡର ଭଳି କିଛି ଜିନିଷ ପଡି ରହିଥିବା ଦେଖିବାକୁ ମିଳିଛି ।
ଏହା ସହ ପୋଲିସ ଲୋକମାନଙ୍କୁ ଶାନ୍ତି ସହକାରେ ରହିବାକୁ ଲୋକଙ୍କୁ କହିବା ସହ ଗୁଜବ ଠାରୁ ଦୁରରେ ରହିବାକୁ ଲୋକଙ୍କୁ କହୁଛି । ଏପର୍ଯନ୍ତ ଘଟଣାର ତଦନ୍ତ ଚାଲିଛି । ଅତିଶିଘ୍ର ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯିବ ବୋଲି କହିଛି ପୋଲିସ ।
ଏହି ବିସ୍ପୋରଣ ଦିଲ୍ଲୀ ପୋଲିସ ଓ ଅଧିକାରୀଙ୍କୁ ଚିନ୍ତାରେ ପକାଇ ଦେଇଛି ।
ଠିକ ଏହି ବିସ୍ପୋରଣ ଦିଲ୍ଲୀରେ ଥିବା ରୋହିଣୀ ଅଞ୍ଚଳରେ ଏକ ମାସ ପୁର୍ବରୁ ୨୦ ଅକ୍ଚୋବରରେ ଏମିତି ଏକ ବିସ୍ଫୋରଣ ହୋଇଥିଲା । ୨୦ ଅକ୍ଟୋବର ରବିବାର ଦିନ ସକାଲ ସମୟରେ ରୋହିଣି ଅଞ୍ଚଳରେ ଆରପିଏଫ ସ୍କୁଲ ନିକଟରେ ଏକ ଭୟଙ୍କର ବିସ୍ପୋରଣ ହୋଇଥିଲା । ପ୍ରଶାନ୍ତ ବିହାର ଭଳି ରୋହିଣୀ ବିସ୍ପୋରଣରେ ସେହି ସମାନ ପ୍ରକାର ଧଳା ପାଉଡର ଦେଖିବାକୁ ମିଳିଥିଲା ।