ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ ଘଟଣା: ନିଜକୁ ଦାୟୀ କଲା ଜୈଶ-ଉଲ୍‌-ହିନ୍ଦ୍ ସଙ୍ଗଠନ

କେନ୍ୟୁଜ୍(ବ୍ୟୁରୋ): ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ ଘଟଣାରେ ନିଜକୁ ଦାୟୀ କଲା ଜୈଶ-ଉଲ୍‌-ହିନ୍ଦ୍ ସଙ୍ଗଠନ । ଟେଲିଗ୍ରାମ୍ ଆପ୍‌ରେ ମେସେଜ୍ କରି ଧମକ ଦେଇଛି । ଯାଞ୍ଚ ଏଜେନ୍ସିକୁ ଚ୍ୟାଲେଞ୍ଜ କରିଛି ସଂଗଠନ । ମେସେଜ୍‌ରେ ଲେଖାଯାଇଛି, ଯଦି ଅଟକାଇ ପାରିବ ଅଟକାଅ । ବିଟ୍‌କଏନ୍ ମାଧ୍ୟମରେ ଟଙ୍କା ଦାବି କରିଛି ସଂଗଠନ । କିଛି ଦିନ ପୂର୍ବରୁ ଦିଲ୍ଲୀ -ଇଜରାଇଲ୍ ଅମ୍ବାସି ବାହାରେ ହୋଇଥିବା ବ୍ଲାଷ୍ଟ ପାଇଁ ମଧ୍ୟ ନିଜକୁ ଦାୟୀ କରିଥିଲା ସଙ୍ଗଠନ ।

ଆଣ୍ଟିଲିଆର ମାତ୍ର କିଛି ଶହ ମିଟର ଦୂରରେ ଏକ ଏସୟୁଭି ଗାଡ଼ିରୁ ୨୦ଟି ଜିଲେଟିନ ଷ୍ଟିକ୍ ଜବତ କରାଯାଇଥିଲା । ଗାଡ଼ି ଜବତ ହେବା ପରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ଗାଡ଼ିର ଆଗ ସିଟରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ସେଥିରେ ୟେ ଟ୍ରେଲର ହୈ ବୋଲି ଲେଖାଥାଇ ନୀତା ଭାବି ଓ ମୁକେଶ ଭୈୟା ବୋଲି ସମ୍ବୋଧନ କରାଯାଇଥିଲା । ଆଗକୁ ଏହା ସଂପୂର୍ଣ୍ଣ ଭାବେ ସେମାନଙ୍କ ନିକଟକୁ ଆସିବ ଓ ଏଥିପାଇଁ ପୂରା ପ୍ରସ୍ତୁତି ସରିଥିବା ଚିଠିରେ ଉଲ୍ଲେଖ ଥିଲା ।