ଏକ୍ସପ୍ରେସ ୱେ ପାଲଟିଲା ଏୟାରବେସ୍‌, ରାସ୍ତା ଉପରେ ଲ୍ୟାଣ୍ଡିଂ କଲା ଲଢ଼ୁଆ ବିମାନ

ଏକ୍ସପ୍ରେସ ୱେ ପାଲଟିଲା ଏୟାରବେସ୍‌ । ରାସ୍ତା ଉପରେ ଲଢ଼ୁଆ ବିମାନର ଲ୍ୟାଣ୍ଡିଂ । ଭାରତୀୟ ବାୟୁସେନାର ଏୟା ସୋ । ଉଦଘାଟିତ ହୋଇଛି ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସେଓ୍ଵ । ୩୪୧ କିଲୋମିଟର ଲମ୍ବର ଏହି ଏକ୍ସପ୍ରେସ ୱେରେ ୩.୨ କିଲୋମିଟର ଲମ୍ବର ଏୟାର ଷ୍ଟ୍ରିପ୍‌ ନିର୍ମାଣ ହୋଇଛି । ଏକ୍ସପ୍ରେସେୱେ ଉଦଘାଟନ ସହ ଅବତରଣ କରିଛି ଭାରତୀୟ ବାୟୁସେନାର ଫାଇଟର ଜେଟ୍‌ । ଏୟାର ଫୋର୍ସର ପଣ୍ୟବାହୀ ବିମାନ C-130 J ସୁପର ହରକ୍ଲେସ୍‌ରେ ପ୍ରଥମେ ଅବତରଣ କରିଥିଲେ ପ୍ରଧାନମନ୍ତ୍ରୀ । ଓଲ୍ହାଇ ଏକ୍ସପ୍ରେସେଓ୍ଵର ଲୋକାର୍ପଣ କରିଥିଲେ । ଦେଶର ବିକାଶ ସହ ସୁରକ୍ଷା ମଧ୍ୟ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ମୋଦି ।

ଏକ୍ସପ୍ରେସ ୱେର ଉଦଘାଟନ ପରେ ପଛକୁ ପଛ ଲ୍ୟାଣ୍ଡିଂ କରିଥିଲେ ବାସୁସେନାର ଲଢ଼ୁଆ ବିମାନ ସୁଖୋଇ ଓ ମିରେଜ୍‌ । ମଧ୍ୟମ ପଣ୍ୟବାହୀ ବିମାନ AN-32 ମଧ୍ୟ ଅବତରଣ କରିଥିଲା । ସୁଲତାନପୁର ଆକାଶରେ ଏୟାର ସୋ’ କରିଥିଲା ଏୟାର ଫୋର୍ସ । ଏଥିରେ ସୁଖୋଇ, ମିରାଜ୍‌ ସମେତ ସାମିଲ ହୋଇଥିଲା ଜାଗୁଆର । ଲଢ଼ୁଆ ବିମାନର ରଣକୌଶଳ ପ୍ରଦର୍ଶନ ଦେଖିଲେ ପ୍ରଧାନମନ୍ତ୍ରୀ । ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ବାୟୁସେନାର ଶକ୍ତି ଭାବେ କାର୍ଯ୍ୟକରିବ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ । ଜରୁରୀ ଅବତରଣ କରିବ ଲଢ଼ୁଆ ବିମାନ ।

Leave A Reply

Your email address will not be published.