୩୧ ଅକ୍ଟୋବର ଯାଏ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି, ଅକ୍ଟୋବର ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି

କେନ୍ୟୁଜ୍: ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି । ମାସେ ବୃଦ୍ଧି ହେଲା ସମୟସୀମା । ସେପ୍ଟେମ୍ବର ୩୦କୁ ଶେଷ ହେଉଥିବା ସମୟସୀମା ୩୧ ଅକ୍ଟୋବର ଯାଏ ବୃଦ୍ଧି କରାଯାଇଛି । ଅକ୍ଟୋବର ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏସଂକ୍ରାନ୍ତରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ପରିବହନ କମିଶନର ।

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଡେଡଲାଇନକୁ ନେଇ ରାଜ୍ୟରେ ପ୍ରତିକ୍ରିୟା ଦେଖାଦେଇଥିଲା । ଏହାକୁ ନେଇ ହାଇକୋର୍ଟରେ ପିଟିସନ୍‌ ଦାଖଲ ହୋଇଥିଲା । ବ୍ୟବସ୍ଥା ନଥାଇ ଡେଡଲାଇନ୍‌କୁ ନାପସନ୍ଦ କରିଥିଲେ ଉଚ୍ଚ ନ୍ୟାୟାଳୟ । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ୍‌ ବୁକିଂ ବ୍ୟବସ୍ଥା ନାହିଁ । HSRPରେ ବୁକ୍‌ କରିବା ସମ୍ଭବ ହେଉ ନାହିଁ । କଣ ବିକଳ୍ପ ବ୍ୟବସ୍ଥା କରାଯିବ ସେନେଇ ହାଇକୋର୍ଟଙ୍କୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.