କଙ୍ଗୋରେ ନରସଂହାର, ଚରମପନ୍ଥୀ ୨୨ ଜଣଙ୍କୁ କଲେ ନୃଶଂସ ହତ୍ୟା

କଙ୍ଗୋର ପୂର୍ବ ଇଟୁରୀ ଏବଂ ଉତ୍ତର କିଭୁ ପ୍ରଦେଶରେ ସନ୍ଦିଗ୍ଧ ଚରମପନ୍ଥୀମାନେ ୨୨ ଜଣଙ୍କୁ ନୃଶଂସ ହତ୍ୟା କରିଛନ୍ତି। ସ୍ଥାନୀୟ ଅଧିକାରୀମାନେ ଏହି ଘଟଣା ପାଇଁ କୋଡେକୋ ଗ୍ରୁପକୁ ଦାୟୀ କରିଛନ୍ତି। ଦେଶର ସେନା ଏବଂ ଜାତିସଂଘର ଶାନ୍ତି ସୈନିକମାନଙ୍କ ହସ୍ତକ୍ଷେପ ସତ୍ତ୍ୱେ ବିଗତ ଅନେକ ବର୍ଷ ଧରି ପୂର୍ବ କଙ୍ଗୋରେ କ୍ରମାଗତ ହିଂସା ଘଟଣା ଘଟିଚାଲିଛି।

କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟ (ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ) ରେ ନରସଂହାର। କଙ୍ଗୋର ପୂର୍ବ ଇଟୁରୀ ଏବଂ ଉତ୍ତର କିଭୁ ପ୍ରଦେଶରେ ସନ୍ଦିଗ୍ଧ ଚରମପନ୍ଥୀମାନେ ୨୨ ଜଣଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ନ୍ୟୁଜ୍ ଏଜେନ୍ସି ରୟଟର ତରଫରୁ ଏହି ସୂଚନା ସାମ୍ନାକୁ ଆସିଛି।

ବାସ୍ତବରେ, ଦେଶର ସେନା ଏବଂ ଜାତିସଂଘର ଶାନ୍ତି ସୈନିକମାନଙ୍କ ହସ୍ତକ୍ଷେପ ସତ୍ତ୍ୱେ ବିଗତ ଅନେକ ବର୍ଷ ଧରି ପୂର୍ବ କଙ୍ଗୋରେ କ୍ରମାଗତ ହିଂସା ଘଟଣା ଘଟିଚାଲିଛି। ଏହାପୂର୍ବରୁ ଶନିବାର ଇଟୁରୀ ପ୍ରଦେଶର କେତେକ ଗ୍ରାମରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣା ପାଇଁ ସ୍ଥାନୀୟ ଅଧିକାରୀ ଏବଂ ରାଜନେତାମାନେ କୋଡେକୋ ଗ୍ରୁପକୁ ଦାୟୀ କରିଛନ୍ତି।

ଲୁବେରୋ ଅଞ୍ଚଳର ପ୍ରଶାସକ କର୍ଣ୍ଣଲ ଏଲେନ୍ କିୱେୱାଙ୍କ ଅନୁସାରେ, ଉତ୍ତର କିଭୁର କ୍ୟାୱିରିମୁ ପର୍ବତ ଉପରେ ଥିବା ନଗୁଲି ଗ୍ରାମରେ ଆତଙ୍କବାଦୀମାନେ ଆହୁରି ୧୦ ଜଣଙ୍କୁ ହତ୍ୟା କରିଛନ୍ତି ଏବଂ ୩ ଜଣଙ୍କୁ ଅପହରଣ କରି ନେଇଛନ୍ତି। ଏହି ଆକ୍ରମଣ ପାଇଁ କିୱେୱା ପୂର୍ବ କଙ୍ଗୋରେ ଅବସ୍ଥିତ ଉଗାଣ୍ଡାର ସଶସ୍ତ୍ର ଗୋଷ୍ଠୀ ଏଲାଇଡ୍‌ ଡେମୋକ୍ରାଟିକ୍ ଫୋର୍ସ (ଏଡିଏଫ୍) କୁ ଦାୟୀ କରିଛନ୍ତି।

ସୂଚନାଥାଉ କି, ୨୦୨୧ରେ ବ୍ୟାପକ ହିଂସାକୁ ରୋକିବା ପାଇଁ କଙ୍ଗୋ ସରକାର ଉତ୍ତର କିଭୁ ଏବଂ ଇଟୁରୀରେ ଘେରାବନ୍ଦୀ ସ୍ଥିତି ଘୋଷଣା କରିଥିଲେ, ହେଲେ ଏହାସତ୍ତ୍ୱେ ହତ୍ୟା ଏବଂ ବିଦ୍ରୋହୀ କାର୍ଯ୍ୟକଳାପ ହ୍ରାସ ପାଇବାର ନାଁ ଧରୁନାହିଁ।

Leave A Reply

Your email address will not be published.