ଆଲାସ୍କାରେ ଭୟଙ୍କର ଭାବେ କ୍ରାସ୍ ହେଲା F-35 ଯୁଦ୍ଧ ବିମାନ, ପାଇଲଟ୍ ସୁରକ୍ଷିତ

ଆଲାସ୍କାରେ ମଙ୍ଗଳବାର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ବେସରେ ପ୍ରଶିକ୍ଷଣ ଅଭ୍ୟାସ ବେଳେ ଏକକ ସିଟ୍ ବିଶିଷ୍ଟ F-35 ଯୁଦ୍ଧ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣାରେ ଆମେରିକାର ବାୟୁସେନା ପାଇଲଟ୍ ସୁରକ୍ଷିତ ଥିବା ଜଣାଯାଇଛି ।
୩୫୪ତମ ଫାଇଟର୍ ୱିଙ୍ଗର କମାଣ୍ଡର କର୍ଣ୍ଣଲ୍ ପଲ୍ ଟାଉନସେଣ୍ଡ କହିଛନ୍ତି, ଉଡ଼ାଣ ସମୟରେ ପାଇଲଟ୍ ବିମାନରେ ତ୍ରୁଟି ଦେଖିବାକୁ ପାଇଥିଲେ । ଏହା ପରେ ସେ ବିମାନରୁ ଡେଇଁପଡ଼ିଥିଲେ । ଇଏଲସନ୍ ଏୟାରଫୋର୍ସ ବେସରେ ଅବତରଣ କରିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଦୁର୍ଘଟଣା ପୂର୍ବରୁ ପାଇଲଟ୍ ବିମାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ମଙ୍ଗଳବାର ଅପରାହ୍ନରେ ଘଟିଥିବା ଏହି ଦୁର୍ଘଟଣାରେ ବିମାନଟିର ବହୁ କ୍ଷୟକ୍ଷତି ଘଟିଥିବା ବାୟୁସେନା କହିଛି । ଇଏଲସନ୍ ବାୟୁସେନା ବେସ୍ ଫେୟାରବ୍ୟାଙ୍କସଠାରୁ ପ୍ରାୟ ୨୫ କିଲୋମିଟର ଦକ୍ଷିଣରେ ଅବସ୍ଥିତ ।
ଆମେରିକାର F-35 ବିମାନ କ୍ରମାଗତ ୧୨ ଘଣ୍ଟା ପର୍ଯ୍ୟନ୍ତ ଉଡ଼ାଣ ଭରିବାରେ ସକ୍ଷମ ।
ନିକଟରେ ନେପାଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା । ହଜାରେ ଫୁଟ୍ ଉଚ୍ଚରେ ଉଡ଼ୁଥିବା ଏକ ବିମାନରେ ହଠାତ୍ ନିଆଁ ଲାଗିଯାଇଥିଲା । ବିମାନରେ ନିଆଁ ଲାଗିବା ପରେ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ VOR ଅର୍ଥାତ୍ ମାନୁଆଲ ଅବତରଣ କରାଯାଇଥିଲା । ବିମାନରେ କ୍ରୁ ମେମ୍ବରଙ୍କ ସମେତ ୭୬ ଜଣ ଯାତ୍ରୀ ଥିଲେ ।
ଏଥିରେ କେହି ଆହତ ହୋଇ ନ ଥିଲେ । ତ୍ରିଭୂବନ ବିମାନବନ୍ଦର ଏକ ବୟାନ ଜାରି କରି ଏହି ଜରୁରୀ ଅବତରଣ ସମ୍ପର୍କରେ ସୂଚନା ଦେଇଥିଲା । ବିମାନଟି ସ୍ଥାନୀୟ ସମୟ ସକାଳ ୧୦ଟା ୩୭ ମିନିଟରେ ଉଡ଼ାଣ ଭରିଥିଲା । ଉଡ଼ାଣ ଭରିବାର କିଛି ସମୟ ପରେ ବିମାନର ବାମପଟ ଇଞ୍ଜିନରେ ନିଆଁ ଲାଗିଥିଲା । ସକାଳ ୧୧ଟା ୧୫ରେ ତ୍ରିଭୂବନ ଏୟାରପୋର୍ଟରେ ଏହାର VOR ଅବତରଣ କରାଯାଇଥିଲା ।
F-35 fighter jet crashed at Eielson Air Force Base in Alaska, near Fairbanks
Pilot survives uninjured and can be seen in his parachute after ejecting#EielsonAirForceBase #Alaska pic.twitter.com/cOXrszvmlF
— Culture War (@CultureWar2020) January 29, 2025
ଏହା ମଧ୍ୟ ପଢ଼ନ୍ତୁ: ନେପାଳରେ ଟଳିଲା ବଡ଼ ବିମାନ ଦୁର୍ଘଟଣା ! ଇଞ୍ଜିନରେ ନିଆଁ ଲାଗିବା ପରେ କାଠମାଣ୍ଡୁରେ କରାଗଲା ଏମରଜେନ୍ସି ଲ୍ୟାଣ୍ଡିଂ