ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ସପ୍ତାହେ, ଚାଲିଛି ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ

ଆଉ ସପ୍ତାହେ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଠ ଟ୍ରମ୍ପ ଓ ଜୋ ବିଡେନ୍‌ଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧ । ଜୋ ବିଡେନ୍‌ କହିଛନ୍ତି, ଆମେ କରୋନାକୁ ହରାଇ ପାରିବୁ । ଆମେ ଆମେରିକୀୟ ହାରିବୁନି, ଏକାଠି ହୋଇ ଭାଇରସ୍‌କୁ ପରାସ୍ତ କରିବୁ । କରୋନା ଯୋଗୁ ସବୁ କିଛି ଠପ୍‌ ହୋଇଯାଇଛି । ସବୁ କିଛି ପୁଣି ଥରେ ଖୋଲିବାକୁ ପଡ଼ିବ । ବିଡେନ୍‌ ଏହାମଧ୍ୟ କହିଛନ୍ତି ଭବିଷ୍ୟତର କଳ୍ପନା କର, ସାଙ୍ଗମାନଙ୍କ ସହ ରାତ୍ରୀଭୋଜନ କରିପାରିବ । ନିଜର ସଂପର୍କୀୟଙ୍କ ସହ ସିନେମା ଦେଖିପାରିବ, ଜନ୍ମଦିନ, ବିବାହ ଉତ୍ସବ ଆଦି ପାଳନ କରିପାରିବ । ନିଜର ଜୀବନକୁ ଉନ୍ନତ କରିବା ପାଇଁ କାର୍ଯ୍ୟ କରୁଥିବା ଯୋଗ୍ୟ ରାଷ୍ଟ୍ରପତିଙ୍କୁ ମନୋନୀତ କର ବୋଲି କହିଛନ୍ତି ବିଡେନ୍‌ ।

pre-election1ଅନ୍ୟପଟେ ଭାରତ ପ୍ରସଙ୍ଗ ଉଠାଇ ବିଡେନ୍‌ କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଅଶୁଭ ବୋଲି କହିଛନ୍ତି । ବନ୍ଧୁମାନଙ୍କ ସହ କିପରି କଥାବାର୍ତ୍ତା କରନ୍ତି, ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱସ୍ତରୀୟ ଆହ୍ଵାନକୁ କିପରି ସାମାଧାନ କରିବେ ତାହା ନୁହଁ । ବିଡେନ୍‌ କହିଛନ୍ତି, କମ୍‌ଲା ହାରିସ୍‌ଙ୍କ ସହଭାଗୀତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସେ ବୈଦେଶିକ ନୀତିର ସମ୍ମାନକୁ ଫେରାଇ ଦେବେ । ବିଡେନ୍‌ଙ୍କ ପ୍ରତିକ୍ରିୟା ଉପରେ ଜବାବ ରଖିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଛନ୍ତି, ଗତ ୪ ବର୍ଷରେ ଆମେ ଯାହା କରିଛୁ ତାହା କେହି କରିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.