କେନ୍ୟୁଜ୍(ବ୍ୟୁରୋ): ହ୍ଵାଟ୍ସଆପ୍, ଇନଷ୍ଟାଗ୍ରାମ, ଫେସବୁକ୍ ସର୍ଭର ଡାଉନ୍ । ୩୦ ମିନିଟରୁ ଅଧିକ ସମୟ ହେଲା ବିଶ୍ବବ୍ୟାପୀ ସର୍ଭର୍ ଡାଉନ୍ ଅଛି । ଫଳରେ ସୋସିଆଲ୍ ମିଡିଆରେ ମେସେଜ୍ ପଠାଇ ହେଉନି । ସାରା ବିଶ୍ୱରେ ସୋସିଆଲ୍ ମିଡିଆ ଠପ୍ ହୋଇଛି । ଏ ହ୍ଵାଟ୍ସଆପ୍, ଫେସବୁକ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।
ଯଥାଶୀଘ୍ର ସେବା ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରହିଛି ବୋଲ ଟ୍ଵିଟ୍ ମାଧ୍ୟମରେ ହ୍ଵାଟ୍ସଆପ୍, ଫେସବୁକ୍ ପକ୍ଷରୁ ସୂଚନା ଦିଆଯାଇଛି । ଅସୁବିଧା ପାଇଁ ଫେସବୁକ୍ କ୍ଷମା ପ୍ରାର୍ଥନା କରିଛି ।