ବିପଜ୍ଜନକ ବ୍ୟକ୍ତି ଓ ସଂସ୍ଥାର ନାମ ପ୍ରକାଶ: ଲିକ୍ ହେଲା Facebookର Secret ଲିଷ୍ଟ

ଫେସବୁକ ପକ୍ଷରୁ ୧୦୦୦ରୁ ଅଧିକ ସଂସ୍ଥା ଓ ବ୍ୟକ୍ତିଙ୍କୁ ବିପଜ୍ଜନକ ଦର୍ଶାଇ ସେମାନଙ୍କ ନାମ ଘୋଷଣା କରାଯିବା ସହିତ ବ୍ୟାନ କରାଯାଇଛି । ସୋସିଆଲ ମିଡିଆ ସଂସ୍ଥା ପକ୍ଷରୁ ପ୍ରକାଶିତ ଏହି ତାଲିକାରେ କମ୍ପାନୀ ଆମେରିକୀୟ ମିଲିଟାରୀ ପକ୍ଷରୁ ଦିଆଯାଇଥିବା ସୂଚନାକୁ ବ୍ୟବହାର କରିଛି । ମିଳିଥିବା ସୂଚନା ଅନୁଯାୟୀ ଫେସବୁକ୍ ଆମେରିକୀୟ ସରକାରଙ୍କ ଠାରୁ ମିଳିଥିବା ତଥ୍ୟର ବ୍ୟବହାର କରାଯାଇଛି । ମଙ୍ଗଳବାର ପ୍ରକାଶିତ ରିପୋର୍ଟରେ ସେପ୍ଟେମ୍ବର ୧୧ ଆକ୍ରମଣ ପରେ ଜାରି କରାଯାଇଥିବା ଏକାଧିକ ନାମ ଓ ପାସପୋର୍ଟ ରହିଥିବା ଜଣାପଡିଛି । ଏସଡିଜିଟି ଲିଷ୍ଟରେ ଥିବା ଆତଙ୍କୀଙ୍କ ପାସପୋର୍ଟ ଓ ଫୋନ ନମ୍ବର ମଧ୍ୟ ଲିକ୍ ହୋଇଥିବା ଜଣାପଡିଛି ।

ଫେସବୁକ ଏକ ସମୟରେ ଦୁଇ ପ୍ରକାର ବ୍ୟବସ୍ଥା ଚଳାଉଥିବା ଦେଖିବାକୁ ମିଳିଛି । ମୁସଲିମ ବହୁଳ ରାଷ୍ଟ୍ର ଗୁଡିକରେ ଫେସବୁକ ପକ୍ଷରୁ ଅତ୍ୟଧିକ ଜରିମାନା ଲଗାଯାଉଥିବା ବେଳେ ଅନ୍ୟ ଅଞ୍ଚଳରେ ଏହା କୋହଳ ରହୁଛି ବୋଲି ବ୍ରେନାନ ସେଣ୍ଟର ଅଫ୍ ଜଷ୍ଟିସର ଉପ ନିର୍ଦ୍ଦେଶକ ଫୈଜା ପଟେଲ ସୂଚନା ଦେଇଛନ୍ତି । ଏହି ଲିଷ୍ଟ ଅନୁଯାୟୀ ମୁସଲିମଙ୍କୁ ଆମେରିକା ବିଶ୍ୱ ପ୍ରତି ବିପଦ ବୋଲି ବିବେଚନା କରିଥାଏ । ସେହିପରି ଫେସବୁକର ଏହି ଲିକ୍ ତାଲିକାରୁ ମୁସଲିମ ବିରୋଧୀ ହିଂସା ଗ୍ରୁପ ଗୁଡିକୁ ବାଦ ଦିଆଯାଇଥିବା ନେଇ ମତ ଦେଇଛନ୍ତି ଫୈଜା ।

ଫେସବୁକ ନିଜର ପ୍ଲାଟଫର୍ମରେ କୌଣସି ପ୍ରକାର ହିଂସାକୁ ପ୍ରଶୟ ଦେଇନଥାଏ । ତେବେ ଏହି ଲିକ୍ ହୋଇଥିବା ଲିଷ୍ଟଟି ସମ୍ପୂର୍ଣ୍ଣ ଭରସାଯୋଗ୍ୟ ନୁହେଁ ବୋଲି ପଲିସି ଡିରେକ୍ଟର ବ୍ରାୟନ ଫିଶମ୍ୟାନ ପ୍ରକାଶ କରିଛନ୍ତି । ଫେସବୁକ ସମଗ୍ର ବିଶ୍ୱରେ ଆଦୃତ ତେଣୁ ପାତର ଅନ୍ତର କରାଯାଇ ନଥିବା ସ୍ପଷ୍ଟ କରିଛନ୍ତି ଫିସମ୍ୟାନ । କେବଳ ଇସଲାମିକ ଗୋଷ୍ଠୀ ନୁହେଁ ବରଂ ଶ୍ୱେତାଙ୍ଗ ବିଛିନ୍ନତାବାଦୀ ସଙ୍ଗଠନ ଗୁଡିକୁ ମଧ୍ୟ ବ୍ୟାନ କରାଯାଇଛି । ଅଲକାଏଦାର ସମସ୍ତ ସହଯୋଗୀ ସଂସ୍ଥା, କୁ କ୍ଲୁକ୍ସ କାନ ସମେତ ବିଭିନ୍ନ ଆତଙ୍କୀ ସଙ୍ଗଠନକୁ ବ୍ୟାନ କରାଯାଇଛି । ଫେସବୁକ ପକ୍ଷରୁ ଟିଅର-୧ରୁ ନେଇ ଟିଅର-୩ ଯାଏଁ ୩ଟି ଗ୍ରୁପ କରାଯାଇଛି । ୨୦୨୦ରେ ଫେସବୁକ ୬୦୦ ଜଣ ବିପଜ୍ଜନକ ବ୍ୟକ୍ତି, ୨୪୦୦ ପେଜ ଏବଂ ୧୪୨୦୦ଟି ଗ୍ରୁପକୁ ବ୍ୟାନ କରାଯାଇଛି । ଏହା ସହିତ କ୍ୱାନନର ସମସ୍ତ ପ୍ରକାର ପୋଷ୍ଟକୁ ବ୍ୟାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.