କେ.ଚନ୍ଦ୍ରଶେଖର ରାଓଙ୍କ ଅଫିସ୍ରୁ ଭାଇରାଲ୍ ହୋଇଥିବା ନକଲି ଅଡିଓ କ୍ଲିପ୍ ମାମଲା, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ୍: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଅଫିସ୍ର ଜଣେ କର୍ମଚାରୀଙ୍କ ବିବାଦୀୟ ନକଲି ଅଡିଓ କ୍ଲିପ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ଘଟଣା। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। ଏବେ ଏହି ନକଲି ଅଡିଓ କ୍ଲିପ୍ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ର ଜଣେ କର୍ମଚାରୀଙ୍କର ଜଣେ ଅଜଣା କଲର ସହ କଥା ହେଉଥିବା ବେଳର ବିବାଦୀୟ ନକଲି ଅଡିଓ କ୍ଲିପ୍ ସୋସିଆଲ୍ ମିଡିଆରେ ଘୂରିବୁଲୁଛି । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ନକଲି ବୋଲି ଜଣାପଡିଥିଲା।
Telangana Chief Minister’s Office: Somebody created a fake audio claiming it was from the CM office staff. The CM office staff have registered a complaint with the City Police Commissioner to stop the spread of this fake news and also take action against the culprits. (14.10) https://t.co/ZeonATY8hh
— ANI (@ANI) October 14, 2019
ଏହାସହ ପଢନ୍ତୁ:
ଈଶ୍ୱରଙ୍କ ବିଚିତ୍ର ଲୀଳା, ପୋତିବାକୁ ଯାଇଥିଲେ ନିଜ ମୃତ ଶିଶୁକୁ ମାଟି ତଳୁ ପାଇଲେ ଜୀବନ୍ତ କନ୍ୟା