ନକଲି ଡାକ୍ତରଙ୍କ କାରନାମା: ୧୫ଟି ହୃଦରୋଗୀଙ୍କ ଅପରେସନ, ୭ ଜଣଙ୍କର ମୃତ୍ୟୁ

ମଧ୍ୟପ୍ରଦେଶର ଦାମୋହରେ ଏକ ମିଶନ ହସ୍ପିଟାଲ୍ ଅଛି । କୋଠା ଯେତେ ବଡ଼ ହେବ, ତାଙ୍କ ନାମ ମଧ୍ୟ ସେତେ ବଡ଼ ହେବ । କିନ୍ତୁ ଗତ କିଛି ମାସ ଧରି ଏହି ହସ୍ପିଟାଲର ଭୁଲ୍ କାରଣ ଯୋଗୁଁ ଖୁବ୍ ଚର୍ଚ୍ଚାରେ ଅଛି । ହସ୍ପିଟାଲକୁ ଯେଉଁ ହାର୍ଟରୋଗୀ ଅପରେସନ୍ ପାଇଁ ଆସନ୍ତି ସେଥିମଧ୍ୟରୁ ଅଧା ରୋଗୀ ମୃତ୍ୟୁବରଣ କରନ୍ତି । ଗତ ଅଢ଼େଇ ମାସ ଧରି ଏହିଭଳି ବିଭିନ୍ନ ସମସ୍ୟା ସାମ୍ନାକୁ ଆସୁଛି । କିନ୍ତୁ ଏବେ ମୃତ୍ୟୁ ପଛର ସତ୍ୟ ସାମ୍ନାକୁ ଆସିବା ପରେ, ଲୋକେମାନେ ଆଶ୍ଚର୍ଯ୍ୟ ହୋଇଗଲେଣି । ଏହା ଜଣାପଡିଛି ଯେ ହସ୍ପିଟାଲରେ ଅପରେସନ୍ ପରେ ମୃତ୍ୟୁ କାହିଁକି ହୁଏ ଏବଂ ଏହା ଦୁର୍ଭାଗ୍ୟ ଯୋଗୁଁ ହୋଇନଥିଲା ବରଂ ଏହା ଏକ ଫ୍ରଡ୍ ଥିଲା । ଯେଉଁଥିରେ ଅପରେସନ୍ କରିଥିବା ଡାକ୍ତର ନକଲି ବୋଲି ଜଣାପଡିଥିଲା ।
ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଲୋକଙ୍କ ଜୀବନ ସହିତ ଖେଳୁଥିବା ଜଣେ ବ୍ୟକ୍ତି ପ୍ରକ୍ରୁତରେ ଡାକ୍ତର ନଥିଲେ । ହସ୍ପିଟାଲରେ ଅପରେସନ୍ ପରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଆଉ ଜଣେ । ଏପରି ମୋଟ୍ ୭ଜଣଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ଏପର୍ଯ୍ୟନ୍ତ ଲୋକମାନେ ଏହି ମୃତ୍ୟୁକୁ ନିଜର ଭାଗ୍ୟ ବୋଲି ଭାବି ନିଜକୁ ସାନ୍ତନା ଦେଉଥିଲେ । କିନ୍ତୁ ବର୍ତ୍ତମାନ ଏହା ସମ୍ପୁର୍ଣ୍ଣ ଭାବରେ ବନ୍ଦ ହେବାର ସମୟ ଆସିଯାଇଥିଲା । ଜଣେ ବ୍ୟକ୍ତି ମାନବାଧିକାର କମିଶନଙ୍କ ନିକଟରେ ଏ ବିଷୟରେ ଅଭିଯୋଗ କରିଥିଲେ ।
ଶିଶୁ କଲ୍ୟାଣ କମିଟିର ଦୀପକ ତିୱାରୀ ଏହି ମୃତ୍ୟୁ ସମ୍ପର୍କରେ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ମାମଲାର ଗମ୍ଭୀରତାକୁ ଦେଖି ମାନବାଧୀକାର କମିଶନର ଏକ ଦଳ କେବଳ ଘଟଣାର ତଦନ୍ତ ପାଇଁ ଦାମୋହରେ ପହଞ୍ଚି ନଥିଲେ ବରଂ ଦାମୋହ ପୋଲିସକୁ ମଧ୍ୟ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ଆଗକୁ ବଢ଼ିବା ସହିତ, ଏକ କାହାଣୀ ମଧ୍ୟ ସାମ୍ନାକୁ ଆସିଲା ଯାହା ପୂର୍ବରୁ କେହି କେବେ ଶୁଣି ନଥିଲେ । ଏହି ସତ୍ୟ ଜାଣିବା ପରେ, କେହି ତାଙ୍କୁ ବିଶ୍ବାସ କରିପାରିଲେ ନାହିଁ ।
ଏହା ଏକ ଅଦ୍ଭୁତ ଘଟଣା ଥିଲା । ଏହି ନକଲି ଡାକ୍ତର ଜଣକ ନିଜ ନାମ ଡାକ୍ତର ଏନ୍ ଜନ୍ କେଇମ୍ ବୋଲି କହିଥିଲେ । ଡାକ୍ତର ଏନ୍ ଜନ୍ କାମ, ଯିଏ ଲଣ୍ଡନରୁ ହ୍ରୁଦସ୍ପନ୍ଦନ ଅଧ୍ୟୟନ କରିଥିବା ଦାବି କରିଥିଲେ । ଏଥି ସହ ଗତ ଅଢ଼େଇ ମାସ ମଧ୍ୟରେ ମୋଟ ୧୫ ଜଣଙ୍କ ହାର୍ଟ ଅପରେସନ କରିଥିଲେ ଏବଂ ଏହି ୧୫ ଜଣଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାର ଅର୍ଥ ହେଉଛି ଅପରେସନର ସଫଳତା ହାର ପ୍ରାୟ ୫୦% ଥିଲା । କିନ୍ତୁ ତଦନ୍ତ ଆରମ୍ଭ ହେବା ସମୟରେ ଡକ୍ଟର ଏନ୍ ଜନ୍ କେଇମ୍ ନିଖୋଜ୍ ହୋଇଯାଇଥିଲେ ।
ଏହି ଡକ୍ତାର ଜଣଙ୍କ ଜଣେ ଠକ ଥିଲେ । ଶେଷରେ CMHO ଡାକ୍ତର ମୁକେଶ ଜୈନ କୋତୱାଲି ଥାନାରେ ଏହି ଠକ ଠାକ୍ତରଙ୍କ ନାମରେ ଏକ FIR ଦେଇଥିଲେ ଏବଂ ତାଙ୍କର ସଦ୍ଧାନ ଆରମ୍ଭ କରାଯାଇଥିଲା ।