ଗର୍ଭ ଯନ୍ତ୍ରଣା ହେଉଛି କହି ବିମାନକୁ ଜରୁରୀ ଲ୍ୟାଣ୍ଡ କରାଇ ଦେଲେ ମହିଳା, ହେଲେ ତା’ପରେ ଯାହା ହେଲା ଜାଣିଲେ ମୁଣ୍ଡ ଘୂରାଇ ଦେବ

ଆପଣମାନେ ସମସ୍ତେ ଜାଣିଥିବେ ଯେ ଟ୍ରେନ୍‌ରେ ଯାତ୍ରା କଲା ବେଳେ ଅନେକ ବିନା ଟିକେଟ୍‌ର ଯାତ୍ରୀ ଥାଆନ୍ତି । ସେମାନେ ସବୁ ବେଳେ ଷ୍ଟେସନ୍‌ ପୂର୍ବରୁ ଓହ୍ଲାଇଯିବାକୁ ଚେଷ୍ଟା କରନ୍ତି । ଏମିତିକି ଯେତେବେଳେ ଦଳ ହୋଇ ବିନା ଟିକେଟ୍‌ ଯାତ୍ରୀ ଯିବା ଆସିବା କରନ୍ତି ସେମାନେ ବେଆଇନ୍‌ ଭାବେ ଚେନ୍‌ ଟାଣି ଟ୍ରେନ୍‌କୁ ଷ୍ଟେସନ୍‌ ପୂର୍ବରୁ ରୋକି ଓହ୍ଲାଇ ପଡ଼ନ୍ତି । ଏବେ ଅବଶ୍ୟ କଡ଼ା ଆଇନ୍‌ ଓ ସୁରକ୍ଷା ଯୋଗୁଁ ଏସବୁ କମି ଗଲାଣି । ହେଲେ ଆପଣ କେବେ ଭାବି ପାରୁଛନ୍ତି କି ଏମିତି କିଛି କାଣ୍ଡ ଆକାଶରେ ଉଡୁଥିବା ବିମାନରେ ବି କରାଯାଇ ପାରେ ବୋଲି ? ତେବେ ଆସନ୍ତୁ ଜାଣିବା ଏଭଳି ଏକ ଘଟଣା ଯାହା ଆପଣମାନଙ୍କୁ ଚିନ୍ତାରେ ପକାଇଦେବ ।

ଜଣେ ମହିଳା ଯାତ୍ରୀ ଗର୍ଭ ଯନ୍ତ୍ରଣା ହେଉଛି କହି ବିମାନକୁ ଅଧା ବାଟରେ ଅଟକାଇ ଦେଲେ । ବିମାନଟିକୁ ତୁରନ୍ତ ଲ୍ୟାଣ୍ଡ କରିବାକୁ ପଡ଼ିଲା । ହେଲେ ପରେ ଜଣାପଡ଼ିଲା କି ତାହା ପୂରା ମିଛ ଥିଲା ଏବଂ ସେ ଡ୍ରାମା କରୁଥିଲେ । ଏଇ ଘଟଣା ଘଟିଛି ସ୍ପେନ୍‌ର ବାର୍ସିଲୋନା ବିମାନ ବନ୍ଦରରେ । ବିମାନଟି ଯାତ୍ରୀମାନଙ୍କୁ ନେଇ ମରକ୍କୋରୁ ତୁର୍କୀ ଯାଉଥିଲା । ଏହି ସମୟରେ ଜଣେ ଗର୍ଭବତୀ ମହିଳା ଅଚାନକ ତାଙ୍କର ଗର୍ଭ ଯନ୍ତ୍ରଣା ହେଉଛି ବୋଲି କହିଲେ । ସେ ଏତେ ଜୋରରେ କଷ୍ଟ ପାଉଥିଲେ ଯେ ବିମାନକୁ ବାଧ୍ୟ ହୋଇ ବାର୍ସିଲୋନାରେ ଲ୍ୟାଣ୍ଡ କରିବାକୁ ପଡ଼ିଲା । ହେଲେ ଯେତେବେଳେ ଗର୍ଭବତୀ ମହିଳାଙ୍କୁ ବିମାନ ବାହାରକୁ ଅଣା ଯାଉଥିଲା ସେତେବେଳ ଏକ ଅଜବ ଘଟଣା ଘଟିଲା । ବିମାନରେ ବସିଥିବା ଅନେକ ଯାତ୍ରୀ ଦୌଡ଼ା ଦୌଡ଼ି ହୋଇ ବାହାରକୁ ପଳାଇଲେ । ଏମିତିକି ଗର୍ଭବତୀ ମହିଳା ଜଣକ ମଧ୍ୟ ଦୌଡ଼ିବା ଆରମ୍ଭ କଲେ ।

ପରେ ଜଣାପଡ଼ିଲା କି ମହିଳା ଜଣକ ମିଛରେ ନାଟକ କରୁଥିଲେ । ଯଦିଓ ସେ ଗର୍ଭବତୀ ଥିଲେ କିନ୍ତୁ ପ୍ରକୃତରେ ତାଙ୍କର ଗର୍ଭ ଯନ୍ତ୍ରଣା ହେଉନଥିଲା । ତାଙ୍କ ସହ ଅନ୍ୟମାନେ ସ୍ପେନ୍‌ରେ ଅନୁପ୍ରବେଶ କରିବା ଲକ୍ଷ୍ୟରେ ଏଭଳି ଷଡ଼ଯନ୍ତ୍ର କରିଥିଲେ । ୨୮ ଜଣ ଯାତ୍ରୀ ବିମାନରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ । ସେମାନଙ୍କ ମଧ୍ୟରୁ ୧୪ ଜଣକୁ ଗିରଫ କରାଯାଇଛି । ଅନ୍ୟ ୧୪ ଜଣ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।

ସୂଚନା ଅନୁସାରେ ମରକ୍କୋ ଏବଂ ସ୍ପେନ୍‌ ମଧ୍ୟରେ ପ୍ରବାସୀଙ୍କୁ ନେଇ ବିବାଦ ରହିଛି । ତେଣୁ ସ୍ପେନ୍‌ ସରକାର ମରକ୍କୋର ଲୋକଙ୍କୁ ଦେଶ ଭିତରକୁ ଛାଡ଼ିବା ନେଇ କଟକଣା ଜାରି କରିଛନ୍ତି । ସେଥିପାଇଁ ମକ୍କୋର ଏହି ଲୋକମାନେ ଏକ ଡ୍ରାମା କରି ତୁର୍କୀ ଯିବା ବାହାନାରେ ସ୍ପେନ୍‌ରେ ଓହ୍ଲାଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.