ବାଂଲାଦେଶରୁ ଭାରତକୁ ଆସୁଛି ଜାଲ ମେଡ଼ିସିନ, ବର୍ଷକୁ ହେଉଛି ୩୦୦ କୋଟିର କାରବାର

ଚୀନରୁ ଆସୁଥିବା ନକଲି ମେଡ଼ିସିନର ଚିନ୍ତା ସମ୍ପୂର୍ଣ୍ଣ ରୂପେ ସରି ନ ଥିବା ବେଳେ ବାଂଲାଦେଶରୁ ଆସୁଥିବା ନକଲି ମେଡ଼ିସିନ ମାମଲା ଔଷଧ କମ୍ପାନୀ ମାନଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଖାଲି ବାଂଲାଦେଶ କି ଚୀନ ନୁହେଁ ଅନ୍ୟ ଦେଶ ମାନଙ୍କରୁ ମଧ୍ୟ ଭାରତକୁ ବେପରୁଆ ଭାବେ ନକଲି ମେଡ଼ିସିନ କାରବାର କରାଯାଉଥିବା ସୂଚନା ମିଳିଛି । ଏଭଳି ଗୋଟେ ପରେ ଗୋଟେ ମାମଲା ପଦାକୁ ଆସୁଥିବାରୁ ଦେଶର ଫାର୍ମାସେତୁକାଲ କମ୍ପାନୀ ମାନଙ୍କର ଚିନ୍ତା ବଢିଯାଇଛି । ଏହା ଦ୍ୱାରା କେବଳ ଫାର୍ମାସେତୁକାଲ କମ୍ପାନୀ ମାନଙ୍କ ଆୟରେ ପ୍ରଭାବ ପକାଉଥିବା ବେଳେ ଦେଶର ବହୁ ଗୁରୁତର ରୋଗୀ ମାନଙ୍କ ଜୀବନକୁ ଯେ ନିଶ୍ଚିତ ମୃତ୍ୟୁ ମୁଖରେ ପକାଉଛି । ସବୁଠୁ ଗୁରୁତର କଥା ହେଉଛି କି କ୍ୟାନ୍ସର ପରି ଗୁରୁତର ରୋଗରେ ପୀଡିତ ଥିବା ବ୍ୟକ୍ତି ମାନଙ୍କ ଭିତରୁ ପ୍ରାୟ ୧୨ ପ୍ରତିଶତ ଏହି ନକଲି ମେଡ଼ିସିନ ଉପରେ ହିଁ ନିର୍ଭର କରନ୍ତି ।

medicine

ଅବୈଧ ପ୍ରବେଶ ହେତୁ ଏଗୁଡିକ ଶରୀର ଉପରେ କିପରି ପ୍ରଭାବ ପକାଇବ ତାହା ଜଣା ନ ଥାଏ । ଆହୁରି ମଧ୍ୟ ଏହି ମେଡ଼ିସିନ ଗୁଡିକର କୌଣସି କ୍ଲିନିକାଲ ଟେଷ୍ଟ କରାଯାଇନଥାଏ କି ଏଥିରେ କୌଣସି ଡ୍ରଗ୍ସ କଣ୍ଟ୍ରୋଲ କମ୍ପାନୀର ମୋହର ମଧ୍ୟ ବସି ନ ଥାଏ । ସୂତ୍ର ଅନୁଯାୟୀ ଅର୍ଗାନାଇଜେସନ ଅଫ ଫାର୍ମାସେତୁକାଲ ପ୍ରଡ୍ୟୁସରସ ଅଫ ଇଣ୍ଡିଆ ନିକଟରେ ହିଁ ସରକାରଙ୍କ ନିକରେ ଏହି ମାମଲାକୁ ଉଠାଯାଇଥିଲା । ସରକାର ମଧ୍ୟ ଏହି ମାମଲାର ତଦନ୍ତ ଖୁବ ଶୀଘ୍ର କରାଯାଇ ଏଥିରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଏହି କମ୍ପାନୀ ମାନଙ୍କୁ ଭରୋସା ଦେଇଛନ୍ତି । ଜଣେ ଭାରତୀୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଧରଣର ମେଡ଼ିସିନ ଅଧିକ ପରିମାଣରେ ବାଂଲାଦେଶରେ ହିଁ ତିଆରି କରାଯାଉଛି । ଯଦି ଆଗକୁ ସୀମାରେ କଡା ସୁରକ୍ଷା ପାଳନ କରାଯାଏ ତେବେ ଏହି ଅବୈଧ କାରବାର ଉପରେ କିଛିଟା ରୋକ ଲଗାଯାଇ ପାରିବ । ଏହା ସହ ଲକ୍ଷ ଲକ୍ଷ ରୋଗୀଙ୍କ ଜୀବନ ସହ ଖେଳିବା ମଧ୍ୟ ବନ୍ଦ ହୋଇପାରିବ ।

ଏହା ସହ ପଢନ୍ତୁ: ମାଙ୍କଡ ଯେମିତି ଷ୍ଟାଇଲରେ ଆଇସକ୍ରୀମ୍‌ ଖାଉଛି ତାକୁ ଦେଖି ଲୋକେ ହେଲେ ହତବାକ୍‌, ଦେଖନ୍ତୁ ଭିଡିଓ

ଏକ ଅଧ୍ୟୟନରୁ ଜଣାଯାଇଛିଯେ ଲିଭର ଓ କ୍ୟାନ୍ସର ପରି ମାରାତ୍ମକ ରୋଗର ମେଡ଼ିସିନ ମଧ୍ୟ ଗ୍ରେ ମାର୍କେଟିଙ୍ଗ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏକ ଗବେଷଣା ଅନୁଯାୟୀ କେବଳ କ୍ୟାନ୍ସର ରୋଗ ପାଇଁ ମିଳୁଥିବା ମେଡ଼ିସିନର ପ୍ରାୟ ୩୦୦ କୋଟି ପର୍ଯ୍ୟନ୍ତ ଗ୍ରେ ମାର୍କେଟିଙ୍ଗ ହେଉଛି । ଅନ୍ୟ ଔଷଧ ଗୁଡିକ ପରି କ୍ୟାନ୍ସର ରୋଗର ମେଡ଼ିସିନ ରିଟେଲ ଦୋକାନୀ ମାଧ୍ୟମରେ ବିକ୍ରି ହୋଇନଥାଏ । ଏହାକୁ ଡିସଟ୍ରିବୁଟର ମାନଙ୍କ ସହାୟତାରେ ହିଁ ବିକ୍ରି କରାଯାଏ । ତେଣୁ ସେମାନଙ୍କର ପତ୍ତା ସହଜରେ ଲଗାଯାଇପାରିବ । ବାଂଲା ଦେଶ କମ୍ପାନୀ ଗୁଡିକ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି କାରବାର ଚଳାଉଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.