ଦିନମଜୁରୀଆଠୁ ଆରମ୍ଭ କରି ପରିବାବାଲା ପର୍ଯ୍ୟନ୍ତ ପୋଲିସ ପୋଷାକପିନ୍ଧି କରୁଛନ୍ତି ଜୁଲମ, ଜାଣନ୍ତୁ ସମ୍ପୂର୍ଣ ଘଟଣା

ଗୋଟେ ସମୟରେ ମଧ୍ୟପ୍ରଦେଶର ଗ୍ୱାଲିୟର ବନ୍ଧୁକ ଏବଂ ଗ୍ୟାଙ୍ଗଷ୍ଟାର ପାଇଁ ଚର୍ଚ୍ଚାରେ ରହିଥିଲା କିନ୍ତୁ ଆଜି ଏହା ନକଲି ପୋଲିସ ଏବଂ ଥାନା କାରଣରୁ ଚର୍ଚ୍ଚାରେ ରହିଛି । ସୂଚନା ଅନୁଯାୟୀ ଏଠାରେ ପରିବାବାଲା, ଦିନମଜୁରିଆ ଇତ୍ୟାଦି ପୋଲିସ ପୋଷାକରେ ବାହାରେ ବୁଲୁଛନ୍ତି ଏବଂ ଥାନାରେ ବସି ପୋଲିସ ପରି ଆଚରଣ ଦେଖାଉଛନ୍ତି ।

ଏହି ଗ୍ୟାଙ୍ଗ ଲୋକଙ୍କୁଠାରୁ କେବଳ ଚାନ୍ଦା ଆଦାୟ କରୁଛନ୍ତି ତାନୁହେଁ ବରଂ ସେମାନଙ୍କ ନାମରେ ମାମଲା ମଧ୍ୟ ରୁଜୁ କରୁଛନ୍ତି । ଅଚାନକ ଭାବେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନୀରିକ୍ଷଣରୁ ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଥିଲା । ତେବେ ଜଣେ ଡିଏସପି ସ୍ତରର ପୋଲିସ ଅଧିକାରୀ ୨୦୧୮ ମସିହାରେ ଏହି ମାମଲାର ଯାଞ୍ଚ କରିଥିଲେ ଏବଂ ଏହାର ସମ୍ପୂର୍ଣ୍ଣ ରିପୋର୍ଟକୁ ଗୁପ୍ତ ରଖିଥିଲେ ।

ଏହାସହ ପଢନ୍ତୁ ମୁମ୍ବାଇର ଏହି ଅଟୋଚାଳକ ନିଜ ଅଟୋରେ ଦେଇଥାନ୍ତି ଘରଭଳି ସମସ୍ତ ସୁବିଧା, ଆଉ ତା ସହିତ..

ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ୨୦୧୭ ମସିହାରେ ଥରେ ସେ ଗ୍ୱାଲିୟର ମେଳା ଗ୍ରାଉଣ୍ଡକୁ ନିରୀକ୍ଷଣ ପାଇଁ ଯାଇଥିଲେ । ଠିକ ସେହି ସମୟରେ ହଠାତ ଚାରିଜଣ ପୋଲିସ ଅଧିକାରୀ ଆସି ତାଙ୍କୁ ସଲାମ କରିଥିଲେ । ଯେଉଁଭଳି ଭାବେ ସେମାନେ ସଲାମ କରିଥିଲେ ତାକୁ ଦେଖି ଅଧିକାରୀଙ୍କୁ ସନ୍ଦେହ ହୋଇଥିଲା ଓ ତାପରେ ଅଧିକାରୀ ଜଣକ ଚାରିଜଣଙ୍କୁ ତାଙ୍କ ପରିଚୟ ମାଗିଥିଲେ । ତେବେ ଏହାର ଉତ୍ତରରେ ସେ ଚାରିଜଣ ଯାହା କହିଥିଲେ ତାହା ଶୁଣି ଅଧିକାରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେଥିମଧ୍ୟରୁ ଦୁଇଜଣ ଦିନ ମଜୁରିଆ, ଜଣେ ପେଣ୍ଟର ଓ ଅନ୍ୟଜଣକ ପରିବାବାଲା ଥିଲେ ।

ଶେଷରେ ଏହି ମାମଲା କୋର୍ଟକୁ ଯାଇଥିଲା ଏବଂ ଚାରିଜଣ ତାଙ୍କ ବୟାନରେ ଜଣେ ଇନସ୍ପେକ୍ଟରର ଆଦେଶରେ ଏସବୁ କରୁଥିଲେ ବୋଲି ସଫେଇ ଦେଇଥିଲେ । କିନ୍ତୁ ତଦନ୍ତରୁ ଜଣାପଡିଥିଲା ଯେ ଜଣେ ଇନସ୍ପେକ୍ଟର ଯିଏକି ପୋଲିସ ଥାନାର ସଂଚାଳକ ଅଛନ୍ତି ତାଙ୍କର ନାମ ପୋଲିସ ରେକର୍ଡରେ ମଧ୍ୟ ନାହିଁ । ଶେଷରେ ପୋଲିସ ଅଧକାରୀମାନେ ଏହିଭଳି ଭ୍ରଷ୍ଟାଚାରର ଯାଂଚରେ ଲାଗିପଡ଼ିଥିଲେ ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

5 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

38 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

40 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

47 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

55 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

56 mins ago